ଭଞ୍ଜନଗର ସି.ଟି. ସ୍କୁଲ ୨୦୦୭-୦୯ ବ୍ୟାଚ ବନ୍ଧୁ ମିଳନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସ୍ଥାନୀୟ ସରକାରୀ ମାଧ୍ୟମିକ ତାଲିମ ଅନୁଷ୍ଠାନ ବା ସି.ଟି ଟ୍ରେନିଂ ସ୍କୁଲର ୨୦୦୭-୦୯ ବ୍ୟାଚ ଗୁରୁ -ଛାତ୍ରଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦୀର୍ଘ ଏଗାର ବର୍ଷ ପରେ ଭଞ୍ଜନଗର ବନବିହାର ଠାରେ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମରେ ତତ୍କାଳୀନ ଗୁରୁ ଛାତ୍ର ଛାତ୍ରୀ ତଥା ଆଜିର ଦିନରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟ ଚାକିରୀ କ୍ଷେତ୍ରରେ ନିୟୋଜିତ ଥିବା ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ସମସ୍ତଙ୍କ ପ୍ରିୟ ପ୍ରଶିକ୍ଷକ ବିଜୟ କୁମାର ଦାସ ନିଜ ଧର୍ମ ପତ୍ନୀଙ୍କ ସହ ଯୋଗ ଦେଇଥିବା ବେଳେ ଛାତ୍ର ଛାତ୍ରୀମାନଙ୍କ ତରଫରୁ ନିଜ ପ୍ରିୟ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଜଣେ ଜଣେ ଆଦର୍ଶ ଶିକ୍ଷକ ରୂପେ ସଭିଁଏ କାର୍ଯ୍ୟ ନିର୍ବାହ କରି ସମାଜ କୁ ଉତ୍ତମ ଦିଗଦର୍ଶନ ପ୍ରଦାନ କରିବାକୁ ଏହି ଅବସରରେ ପ୍ରଶିକ୍ଷକ ଶ୍ରୀ ଦାସ ନିଜ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ ପରେ ସଭିଁଏ ବନ ବିହାର ର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବଣ ଭୋଜିର ମଜା ନେଇଥିଲେ ଦୀର୍ଘ ଏଗାର ବର୍ଷ ବ୍ୟବଧାନ ପରେ ସପରିବାର ସମସ୍ତେ ପରସ୍ପରକୁ ଭେଟି ଭାବବିହ୍ବଳ ହୋଇଯାଇଥିଲେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ତ୍ରିନାଥ ବେହେରା,ବୈକୁଣ୍ଠନାଥ ପତି, ଶିଶିର କୁମାର ସ୍ବାଇଁ,ଦିଲ୍ଲିପ କୁମାର ବେହେରା,ଜୟରାମ ପଣ୍ଡା,ଦିଲ୍ଲିପ କୁମାର ଜେନା,,ରଞ୍ଜିତ କୁମାର ସାହୁ,ଦିପକ କୁମାର ସେଠୀ,ସୁଧାଂଶୁ ବିଶ୍ବାଳ,ରାଜେଶ ସାହୁ,ବବିତା ବେହେରା, ଶୁଭ୍ରାଞ୍ଜଳୀ ଗୌଡ,ସୁଧାରାଣୀ ସୁବୁଦ୍ଧି,ସୁନିତା ସାହୁ,ପ୍ରମୁଖ ବହୁ ବନ୍ଧୁ ଓ ବାନ୍ଧବୀଗଣ କର୍ମମୟ ଜୀବନରୁ ସମୟ ବାହାର କରି ଏପରି ବନ୍ଧୁମିଳନ ପ୍ରତିବର୍ଷ ଅନୁଷ୍ଠିତ କରିବାକୁ ମତ ପ୍ରକାଶ ପାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ