ଭଟଲି ବରିଷ୍ଠ ନାଗରିକ ମଞ୍ଚ ର ତାଲିମ ଶିବିର
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଭଟଲି ପଞ୍ଚାୟତ ସମିତି ସଭା ଗୃହ ଠାରେ ଭଟଲି ବରିଷ୍ଟ ନାଗରିକ ମଞ୍ଚ ର ସ୍ଵେଚ୍ଛାସେବୀ ମାନଙ୍କୁ ବରିଷ୍ଟ ନାଗରିକଙ୍କ ସମସ୍ୟା ଓ ସରକାରୀ ସୁବିଧା ସମ୍ପର୍କରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ବରଗଡ ଜିଲ୍ଲା ବରିଷ୍ଟ ନାଗରିକ ସଂଘ ର ସମ୍ପାଦକ ତଥା ସମାଜସେବୀ ରୋଟରିଏନ ଶ୍ରୀ ଗୋବିନ୍ଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣ ରେ ସଂଗଠନ ଜରିଆରେ କିପରି ସାମୁହିକ କିମ୍ବା ସଦସ୍ୟ ମାନଂକ ବ୍ୟକ୍ତିଗତ ସମସ୍ୟାକୁ ସହଜରେ ସମାଧାନ କରିହେବ ତାହା ଉଦାହରଣ ସହ ବୁଝାଇଥିଲେ । କାର୍ଯକ୍ରମ ପ୍ରାରମ୍ଭ ରେ ଭଟଲି ବରିଷ୍ଟ ନାଗରିକ ମଞ୍ଚ ର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ସଙ୍ଗଠନ ର ସମ୍ବିଧାନ ପ୍ରତି ଆନୁଗତ୍ୟ ପ୍ରଦର୍ଶନ ପୂର୍ବକ ନିଷ୍ଠା ର ସହ ସମାଜ ସେବା କାର୍ଯ୍ୟ ତୁଲାଇବେ ବୋଲି ଶପଥ ନେଇଥିଲେ । ଏଥିରେ ସଭାପତିତ୍ବ କରି ଥିଲେ ବିଦାୟୀ ସଭାପତି ଶ୍ରୀ ବାଙ୍କ ବିହାରୀ ମିଶ୍ର । ତାଲିମ କାର୍ଯକ୍ରମ ରେ ଅଂଶଗ୍ରହଣ କରି ନବ ନିଯୁକ୍ତ ସଭାପତି ଶ୍ରୀ ଜଗଦୀଶ ସାହୁ ହର୍ଲିପାଲି , ସାଧାରଣ ସମ୍ପାଦକ ଶ୍ରୀ ମୋତିଲାଲ ବନଛୋର, ସଂଗଠନ ସମ୍ପାଦକ ଶ୍ରୀ ଭୀମସେନ ବାରିକ , ଉପସଭାପତି ନରେନ୍ଦ୍ର ପଣ୍ଡା , କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ ହିମାଂଶୁ ସେଖର ପଣ୍ଡା, ସହ ସମ୍ପାଦକ ଶ୍ରୀ ଦିଲୀପ ପଣ୍ଡା ସମେତ ସମସ୍ତ ସକ୍ରିୟ ସଦସ୍ୟ ମାନେ ଯୋଗଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସନ୍ତୋଷ ବନଛୋର, ଜାନକୀ ପଣ୍ଡା, କୃଷ୍ଣ ଚନ୍ଦ୍ର ସାହୁ, ସତ୍ୟବାଦୀ ପ୍ରଧାନ, ବିଶ୍ବନାଥ ସାହୁ,ଲେକ୍ରୁ ପଟେଲ ଆଦି ଯୋଗଦେଇ ସହଯୋଗ କରିଥିଲେ !ଶ୍ରୀ ସତ୍ୟାନନ୍ଦ ପ୍ରଧାନ ସ୍ଵାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରି ଥିବା ବେଳେ ପୂର୍ବତନ ସମ୍ପାଦକ ଶ୍ରୀ ଜଗଦୀଶ ସାହୁ ସିନିୟର ଧନ୍ୟବାଦ ଅର୍ପଣ କରିଥିଲେ ।