ଭଣ୍ଡାରିପୋଖରୀରେ ଭାରତ ବନ୍ଦର ପ୍ରଭାବ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କେନ୍ଦ୍ର ସରକାରଙ୍କ ଚାଷୀ ଆଇନ ପ୍ରତ୍ୟାହାର ଦାବିରେ ସର୍ବ ଭାରତୀୟ କୃଷକ ସଙ୍ଗଠନ ଡାକରା ଦେଇଥିବା ବନ୍ଦ ପ୍ରଭାବ ଆଜି ଭଣ୍ଡାରିପୋଖରୀ ଠାରେ ପରିଲକ୍ଷିତ ହୋଇଛି। ୧୬ନଂ ଜାତୀୟ ରାଜପଥରେ ଭଣ୍ଡାରିପୋଖରୀ ବସ ଷ୍ଟାଣ୍ଡ ଠାରେ ବିଭିନ୍ନ ଶ୍ରମିକ ସଂଗଠନ ସହିତ କଂଗ୍ରେସ କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ବନ୍ଦର ନେତୃତ୍ୱ ନେଇଥିଲେ। ରାଜପଥ ଦୁଇ ପାର୍ଶ୍ଵରେ ଶହ ଶହ ମାଲବାହୀ ଓ ଯାତ୍ରୀବାହୀ ଗାଡି ଛିଡା ହୋଇଥିବାବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ଦେଖା ଯାଇଛି। ପ୍ରଥମାଷ୍ଟମୀ ପାଇଁ ଭଣ୍ଡାରିପୋଖରୀ ବଜାର ଠାରେ ବସ୍ତ୍ରାଳୟ, ମିଠାଦୋକାନ ଓ ଅନ୍ୟାନ୍ୟ ବ୍ୟବସାୟ ଦୋକାନ ପ୍ରାୟତଃ ଖୋଲା ରହିଥିବା ଦେଖା ଯାଇଛି। ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ସରପଂଚ ବିଜୟ ଶଙ୍କର ମହାନ୍ତି, ଯୁବନେତା ନିଗମାନନ୍ଦ ଜେନା, ସୁବାସୀଷ ନାୟକ, ଧରଣୀଧର ଜେନା, ପିତାମ୍ବର ଦାସ,ତରଣିସେନ ଜେନା, ମନୋଜ ମହାନ୍ତି, ଅକ୍ଷୟ ସ୍ଵାଇଁ, ଅନାମ ଚରଣ ସାମଲ ପ୍ରମୁଖ ବନ୍ଦର ନେତୃତ୍ୱ ନେଉଛନ୍ତି।


