ଭଣ୍ଡାରିପୋଖରୀ ଅଗରବତୀ ଶିଳ୍ପ ଶୁଭାରମ୍ଭ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ସରସଦା ଠାରେ କ୍ଷୁଦ୍ରଶିଳ୍ପ ବିଭାଗ ପକ୍ଷରୁ ଏକ ଅଗରବତୀ ଉତ୍ପାଦନ କେନ୍ଦ୍ର ଉଦଘାଟନୀ ହୋଇଯାଇଛି । ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସହେଯୋଗୀ ପରିଚାଳକ ବିଶ୍ୱଜିତ ନାୟକ, ସଚ୍ଚିଦାନନ୍ଦ ଶାସିନୀ, ରାଜକିଶୋର ରାଉତ, ଆଭାସ ରଞ୍ଜନ ଦାସ, ଭାଗ୍ୟବତୀ ନାୟକ,ମନସ୍ମିତା ଦାସ, ଅପରାଜିତା ସାମଲ, ସରିତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ମହା ବିଷୁବ ସଂକ୍ରାନ୍ତୀ ଅବସରରେ ଉକ୍ତ କେନ୍ଦ୍ରର ଗୃହ ପ୍ରବେଶ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆଖପାଖ ଅଞ୍ଚଳର ନିଯୁକ୍ତ ହେବାକୁ ଥିବା କିଛି ମହିଳା ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଭଣ୍ଡାରିପୋଖରୀ ଅଗରବତୀ କାର୍ଯ୍ୟ ଆରମ୍ଭ କଲେ ଏଠାରେ ପ୍ରାୟ ୩ଶହ ମହିଳା କାମ କରିବା ସହିତ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମୁଖ୍ୟ ପରିଚାଳକ ଶ୍ରୀ ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ