ଭଣ୍ଡାରିପୋଖରୀ ଅଞ୍ଚଳରେ ବର୍ଷର ପ୍ରଥମ ବର୍ଷା

ଆଖୁଆପଦା, (ବସନ୍ତ ବେହେରା) ; ଦୀର୍ଘ ସାତମାସ ପରେ ଭଣ୍ଡାରିପୋଖରୀ ବ୍ଲକର କେତେକ ସ୍ଥାନରେ ସାମାନ୍ୟ ପବନ ସହିତ ହାଲକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାବେଳେ ଜୀବଜଗତ ଅତିଷ୍ଠ ହୋଇଯାଇଥିଲେ । ଏହା ସହିତବ ଅଞ୍ଚଳରେ ରବିଚାଷ ଭାବେ ମୁଗ, ବିରି ଫସଲ ମଧ୍ୟ ବର୍ଷା ବିନା ନଷ୍ଟ ହେବାକୁ ବସିଥିଲା । ଏପରିସ୍ଥଳେ ଇନ୍ଦ୍ରଦେବତାଙ୍କ କୃପାରୁ ବ୍ଲକର ରହଣିଆ, ସରସଦା, ମାଳଦା, ନପଙ୍ଗ, ରଣଜିତ, କୁରିଗାଁ ପ୍ରମୁଖ ଅଞ୍ଚଳରେ ବର୍ଷା ହୋଇଛି । ସନ୍ଧ୍ୟା ପ୍ରାୟ ୫.୩୦ମି.ସମୟରେ ଆକାଶରେ କଳାମେଘ ଘୋଟିଯିବା ସହ ପବନ ଆରମ୍ଭ ହୋଇଥିଲା । ଏହାପରେ ପରେ ବିଜୁଳି ସହିତ ସାମାନ୍ୟ ଧରଣର ବର୍ଷା ଯୋଗୁ ଜୀବଜଗତ ତ୍ରାହୀ ତ୍ରାହୀ ଡାକିଥିବାବେଳେ ବୃକ୍ଷଲତା ମଧ୍ୟ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ