ଭଣ୍ଡାରିପୋଖରୀ ରୋଟାରୀ କ୍ଲବ ସମ୍ବର୍ଦ୍ଧିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଦ୍ରକ ସହିଦ ସ୍ମୃତି ଭବନ ଠାରେ ଆନ୍ତର୍ଜାତିକ ରୋଟାରୀ କ୍ଲବର ୫୦ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବ ଗଠିତ ଭଣ୍ଡାରିପୋଖରୀ ରୋଟାରୀ କ୍ଳବକୁ ବିଶିଷ୍ଟ ଅତିଥି ମାନେ ସମ୍ବର୍ଦ୍ଧିତ କରିଛନ୍ତି। ରୋଟାରୀୟାନ ଇଂ ଅମ୍ବିକା ବଲ୍ଲବ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ମଂଜୁଲତା ମଣ୍ଡଳ ଓ ସ୍ଥାନୀୟ ବିଧାୟକ ସଂଜୀବ କୁମାର ମଲ୍ଲିକ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ରୋଟାରୀୟାନ ଶାନ୍ତନୁ ପାଣି, ଦିଲ୍ଲୀପ ପଟ୍ଟନାୟକ, ଅଶୋକବି ମହାପାତ୍ର, ଶିବବ୍ରତ ଦାସ, ପ୍ରଭୁଦତ୍ତ ସୁବୁଦ୍ଧି ପ୍ରମୁଖ ଯୋଗଦେଇ ସେବା ଓ ତ୍ୟାଗର ଅନୁଷ୍ଠାନ ରୋଟାରୀ କ୍ଳବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଭଣ୍ଡାରିପୋଖରୀ କ୍ଲବର କୋଷାଧ୍ୟକ୍ଷ ରାମ ନାୟକ, ପ୍ରତିଷ୍ଠାତା ସଦସ୍ୟ ଅଜୟ ମିଶ୍ର, ଧୀରେନ୍ଦ୍ର ସାମଲ, ନିହାର ରଞ୍ଜନ ମହାପାତ୍ର, ମିଲନ ଜେନା, ଅଭିମନ୍ୟୁ ଜେନା, ଦୁର୍ଯ୍ୟୋଧନ ଲେଙ୍କା ପ୍ରମୁଖଙ୍କୁ ଅତିଥିମାନେ ରୋଟାରୀ କ୍ଳବ ତାମ୍ର ପଦକରେ ସମ୍ବର୍ଦ୍ଧିତ କରିଥିଲେ। ଇଂ ବସନ୍ତ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ରୋଟାରୀୟାନ ଅଜିତ ଦାସ ଧନ୍ୟବାଦ ଦେଇଥିଲେ ।


