ଭତ୍ତା ଅନୁଦାନ ପାଉ ନାହାନ୍ତି ଜମ୍ବବତୀ

ହାଟଡ଼ିହି(ବିକାଶ ବିଶ୍ୱାଳ): ସରକାର ୮୦ବର୍ଷରୁ ଉର୍ଦ୍ଧ ବୃଦ୍ଧବୃଦ୍ଧା ଓ ବିଧବା ମାନଙ୍କ ପାଇଁ ସାତଶହ ଟଙ୍କା ଭତ୍ତା ଦେବାକୁ ଘୋଷଣା କରିଥିଲେବି ହାଟଡିହି ବ୍ଲକରେ ଅନେକ ବୃଦ୍ଧବୃଦ୍ଧା ଏହି ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି । ଏହି ବ୍ଲକର ତେନ୍ତୁଲିପଦି ଗ୍ରାମର ଜମ୍ବବତୀ ଧଳ ୮୮ବର୍ଷରେ ପାଦ ଥାପିଥିବାବେଳେ ଆଜି ପର୍ଯ୍ୟନ୍ତ ତାଙ୍କୁ ବର୍ଦ୍ଧିତ ଭତ୍ତା ଦିଆଯାଉ ନଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ତାଙ୍କର ଏସ.ଇ.ସି.ସି ତାଲିକାରେ ନାଁ ଥିଲେବି ଆଜି ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ଦିଆଯାଉ ନଥିବାରୁ ସେ ପରଘରେ ଆଶ୍ରିତ ହୋଇ ପଡି ରହିଛନ୍ତି । ବାରମ୍ବାର ଘର ପାଇଁ ଆବେଦନ କଲେବି କେହି ତାଙ୍କ ଅଭିଯୋଗକୁ ଶୁଣୁ ନଥିବା ସେ କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେଇ ଏହି ବୃଦ୍ଧାଙ୍କୁ ବାସଗୃହ ଓ ବର୍ଦ୍ଧିତ ଭତ୍ତା କରାଇ ଦେବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ