ଭତ୍ତା ପାଇଁ ଧାରଣାରେ ବସିଥିବା ବେଳେ ଅଚେତ ହୋଇପଡିଲେ ବୃଦ୍ଧ
ଖଲ୍ଲିକୋଟ,(ଯୁଗାବ୍ଦ ନ୍ୟୁଜ୍) : ଖଲ୍ଲିକୋଟ ବ୍ଲକ ଦାଦନପୁର ପଞ୍ଚାୟତର ଦେଉଳପଲ୍ଲୀ ଓ କରଞ୍ଜରା ଗ୍ରାମର ଦୀର୍ଘ ୮ ବର୍ଷ ହେଲା ବୃଦ୍ଧମାନଙ୍କ ଭତ୍ତା ଓ ବିଧବା ଭତ୍ତା ମିଳିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ତାଙ୍କ ପତ୍ର ଗୁଡିକୁ ଚିରି ଫୋପାଡି ଦେଉଥିବା ଅଭିଯୋଗ କରିଛନ୍ତି ।ମିଳିଥିବା ଖବର ଅନୁଯାୟୀ ଗତ ପିଠା କାର୍ଯ୍ୟକ୍ରମରେ ଦୁଇଟି ଗ୍ରାମର ୪୦ ଜଣ ହିତାଧିକାରୀ ଆବେଦନ କରିଥିବାବେଳେ ଶୁକ୍ରବାର ୩୦ ଜଣ ବୃଦ୍ଧ ଓ ବିଧବା ଭତ୍ତା ମିଳିନଥିବାରୁ ପ୍ରାୟ ୩୦ ରୁ ଉଦ୍ଧ୍ୱର୍ ହିତାଧିକାରୀ ଖଲ୍ଲିକୋଟ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । ଧାରଣାରତ ସମୟରେ ଜଣେ ଜଣେ ୭୨ ବର୍ଷୀୟ ବୟସର ଜଣେ ବୃଦ୍ଧା ହଠାତ୍ ଅଚେତ ଅବସ୍ଥାରେ ପଡିଯାଇଥିଲେ । ଏହା ପରେ ଆମ୍ବୁଲାନ୍ସ କୁ ଯୋଗାଯୋଗ ୍ କରିବାରୁ ଆମ୍ବୁଲାନ୍ସ ନଆସିବାରୁ ତାଙ୍କୁ ଏକ ଅଟୋରେ ନେଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତିକରାଯାଇଛି । ସମାଜସେବୀ ଗଗନବିହାରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଅର୍ଜୁନ ନାହାକ ଧୋବା ମଣ୍ଡଳ ,ଦୁଖା ମଣ୍ଡଳ ,ରଙ୍କନାଥ ଜେନା ,ମଙ୍ଗୁଳୁ ମହାନ୍ତି ହରି ମଣ୍ଡିଆ କୁଞ୍ଜିଆ ବେହେରା ,ଭରତ ଡାକୁଆ ପ୍ରମୁଖ ଭତ୍ତା କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ଧାରଣାକୁ ଅବ୍ୟାହତ ପର୍ଯ୍ୟନ୍ତ ଧାରଣା ରଖିବେ ବୋଲି ସୂଚନା ଦେଇଛନ୍ତି । ଏହା ସହ ସ୍ଥାନୀୟ ବିଡିଓ ନବକୃଷ୍ଣ ଜେନାଙ୍କୁ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରୁ କୈାଣସି ପ୍ରତିକ୍ର୍ରିୟା ଦେବାକୁ ମନା କରିଦେଇଛନ୍ତି । ଏହା ପରେ ଦାନପୁର ପଞ୍ଚାୟତର ସରପଞ୍ଚ ମନୋଜ କୁମାର ପ୍ରଧାନ କହିଛନ୍ତି ୧୫ ଗୋଟି ୱାର୍ଡର ଜନସଂଖ୍ୟା ମିଳିଥିବା ଟାର୍ଗେଟକୁ ଭିତ୍ତିକରି ଭତ୍ତା ପ୍ରଦାନ କରାଯାଉଛି ବୋଲି କହିଥିଲେ । ଏହା ବର୍ତ୍ତମାନ ଦାନପୁର ପଞ୍ଚାୟତରେ ମୋଟ ୪୨୫ ଜଣଙ୍କୁ ବୃଦ୍ଧ ,ବିଧବା ,ବିକଳାଙ୍ଗ ଭତ୍ତା ପାଉଥିବା ସୂଚନା ଦେଇଛନ୍ତି ।