ଭତ୍ତା ପାଇଁ ହଟହଟା ହେଉଛନ୍ତି ପନ୍ଦାଡୋ ପଞ୍ଚାୟତ ବାସୀ

ହାଟଡିହି, (ବିକାଶ ବିଶ୍ୱାଳ) :ରାଜ୍ୟ ଓ କେନ୍ଦ୍ର ସରକାର ବୃଦ୍ଧ ବୃଦ୍ଧା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ଓ ସାଧାରଣ ଜୀବନ ଯାପନ କରିବାପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରି ଭତ୍ତା ଯୋଗାଇ ଦେଉଛନ୍ତି । ଯାହାଦ୍ୱାରାକି ଜଣେ ଅସହାୟ ବୃଦ୍ଧା ମାନେ ସେମାନଙ୍କ ଭରଣ ପୋଷଣ ପାଇଁ ଏହା ସହାୟକ ହୋଇ ପାରିବ । କିନ୍ତୁ ୩୦ବର୍ଷ ହେଲା ଭତ୍ତା ପାଇ ଆସୁଥିବା ପନ୍ଦାଡୋ ଗ୍ରାମର ୬୯ଜଣ ହିତାଧିକାରୀ ଏବେ ଭତ୍ତା ପାଇଁ ହଟହଟା ହେଉଥିବା ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତର କାଠିଆ ଜେନା, ନରହରି ସେଠୀ, ଭଞ୍ଜନ ପାତ୍ର, କିର୍ତ୍ତନ ଜେନା, ଅଲେଖ ଜେନା, ପର୍ଶୁରାମ ଜେନା, କୈଳାଶ ଜେନା, ନିରାକାର ଜେନା, ହଗିରି ଜେନା, ମାଣିକ ପାତ୍ର, ରଞ୍ଜନ ଜେନା, ଉତ୍ତମ ଜେନା, ପୁନି ନାୟକ, ରଙ୍ଗାଧର ଜେନା, ଗୋଲେଖ ଜେନାଙ୍କ ଅଭିଯୋଗ ଅନୁଯାଇ ପନ୍ଦାଡୋ ପଞ୍ଚାୟତରେ ୩୬୫ଜଣ ହିତାଧିକାରୀ ବିଭିନ୍ନ ଯୋଜନାରେ ଭତ୍ତା ପାଉଛନ୍ତି । ସେମାନେ ୨୦/୩୦ ବର୍ଷ ହେଲା ପଞ୍ଚାୟତ କାର୍ଯ୍ୟାଳୟରୁ ଆସି ନିୟମିତ ଭତ୍ତା ପାଇଥାନ୍ତି । ଏପରିକି କିଛି ବୁଢ଼ା ବୁଢ଼ୀ ଓ ଭିନ୍ନକ୍ଷମ ଶଯ୍ୟାଶାୟୀ ଥିବାୁ ପ୍‌ଚାୟତ କାର୍ଯ୍ୟାଳୟକୁ ଭତ୍ତା ପାଇଁ ଆସିପାରନ୍ତି ନାହିଁ । ଅନେକ ସମୟରେ ପଞ୍ଚାୟତ କର୍ତ୍ତୁପକ୍ଷ ସେମାନଙ୍କ ଘରେ ନେଇ ଭତ୍ତା ପ୍ରଦାନ କରିଥାନ୍ତି । କିନ୍ତୁ ବ୍ଲକ ପ୍ରଶାସନ ଗତ ଜାନୁୟାରୀ ମାସରୁ ୬୯ଜଣ ହିତାଧିକାରୀଙ୍କ ଭତ୍ତା ବ୍ୟାଙ୍କରୁ ନୋବାପାଇଁ ଚିଠି କରିବା ସହିତ ସେମାନଙ୍କ ଭତ୍ତା ଟଙ୍କାକୁ ବ୍ୟାଙ୍କ ଅଫ ଇଣ୍ଡିଆ ହାଟଡିହି ଶାଖାକୁ ପଠାଇ ଦେଇଛନ୍ତି । ପନ୍ଦାଡୋ ପଞ୍ଚାୟତ ଠାରୁ ବ୍ୟାଙ୍କର ଦୁରତା ୫/୬କିଲୋମିଟର ହୋଇଥିବାରୁ ୮୦ରୁ ୯୦ବର୍ଷର ବୃଦ୍ଧବୃଦ୍ଧା ମାନେ ଅଣ୍ଟା ସଳଖି ଚାଳି ପାରୁ ନଥିବାବେଳେ ସେମାନେ କିପରି ଏତେ ଦୁରକୁ ଯାଇ ଭତ୍ତା ଟଙ୍କା ଆଣିବେ ସେନେଇ ଚିନ୍ତାରେ ପଡି ଯାଇଛନ୍ତି । ଗାଁରୁ ଦୁଇତିନିଜଣ ଏକାଠି ହୋଇ ଅଟୋ କିମ୍ବା ଅନ୍ୟ କିଛି ଗାଡି ଭଡାକରି ବ୍ୟାଙ୍କକୁ ଗଲେ ଜଣପିଛା ଶହେରୁ ଦୁଇଶହ ଲେଖାଏଁ ଖର୍ଚ୍ଚ ହେଉଛି । ବ୍ୟାଙ୍କରେ ପ୍ରବଳ ଭିଡ ହେଉଥିବାରୁ ଧାଡିରେ ଠିଅ୍ରାହୋଇ ଟଙ୍କା ଉଠାଇବାକୁ ଏହିବୃଦ୍ଧବୃଦ୍ଧା ମାନେ ସକ୍ଷମ ନୁହଁନ୍ତି । ଏଥିଲାଗି କିଛି ହିତାଧିକାରୀ ଗତ ଜାନୁୟାରୀ ମାସରୁ ଆଜିପର୍ଯ୍ୟନ୍ତ ଭତ୍ତା ଟଙ୍କା ଉଠାଇ ପାରି ନାହାନ୍ତି । ଏଭଳି ପରିସ୍ଥିତିରେ ବ୍ଲକ ପ୍ରଶାସନ ତୁରନ୍ତ ହିତାଧିକାରୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଭତ୍ତା ପ୍ରଦାନ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି । ସେମାନେ ଏନେଇ ଆଜି ଏକ ଦାବିପତ୍ର ପଞ୍ଚାୟତ ପିଇଓଙ୍କ ଜରିଆରେ ବିଡିଓଙ୍କୁ ପ୍ରଦାନ କରିଛନ୍ତି । ବିଡିଓ ସେମାନଙ୍କ ଦାବିପ୍ରତି ନିଶ୍ଚୟ ଦୃଷ୍ଟିଦେବେ ବୋଲି ବୃଦ୍ଧବୃଦ୍ଧା ମାନେ ଆଶା ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ