ଭତ୍ତା ପାଇଲେନି ପଢ଼ିଆରିପଲ୍ଲୀର ଗରିବ ହିତାଧିକାରୀ, ଆନ୍ଦୋଳନ ଚେତାବନୀ

ହାଟଡିହି, (ବିକାଶ ବିଶ୍ୱାଳ ) : ସରକାରଙ୍କ ନିକଟରୁ ଭତ୍ତା ଅନୁମୋଦିତ ହୋଇ ପୁର୍ବରୁ ଭତ୍ତା ପାଇ ଆସୁଥିବାବେଳେ ଗତ ମାର୍ଚ୍ଚ ମାସର ଭତ୍ତା ପାଇପାରି ନାହାନ୍ତି ଗରିବ ହିତାଧିକାରୀ । ଫଳରେ ନାନା ଅସୁବିଧାରେ ସେମାନେ କାଳାତିପାତ କରୁଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତରେ । ଏହି ପଞ୍ଚାୟତର ୧୪ଜଣ ହିତାଧିକାରୀ ଗତ ଜାନୁୟାରୀ ମାସରୁ ଭତ୍ତା ପାଇ ଆସୁଥିବାବେଳେ ଗତ ମାର୍ଚ୍ଚ ମାସରେ ସେମାନଙ୍କ ନାମ ତାଲିକାରେ ନାହିଁ କହି ପଞ୍ଚାୟତ କର୍ତ୍ତୁପକ୍ଷ ଭତ୍ତା ନଦେଇ ଫେରାଇ ଦେଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ଅଭିଯୋଗ ଅନୁଯାଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ପତ୍ରସଂଖ୍ୟା ୫୩୯୨ ତା ୬/୧୨/୨୦୨୧ରେ ଜଡାବାଙ୍କ ଗ୍ରାମର ପଦ୍ମିନି ବାହାଦୁର ଛେତ୍ରୀ (୭୪), ବଣିଆପଙ୍କ ଗ୍ରାମର ଭିନ୍ନକ୍ଷମ କୁନି ନାଇକ(୨୦), ବଣିଆପଙ୍କ ଗ୍ରାମର ସନାତନ ମଢ଼େଇ(୭୧), ଅତୁରିକଣା ଗ୍ରାମର ସୁରେନ୍ଦ୍ର ରାଉତ(୭୧), ବଣିଆପଙ୍କ ଗ୍ରାମର ଅକ୍ଷୟ ବେଜ (୭୧), ପଢ଼ିଆରିପଲ୍ଲୀ ଗ୍ରାମର ବିଧବା ସୁନାମଣି ହେମ୍ରମ(୫୧), ବଣିଆପଙ୍କ ଗ୍ରାମର ଦୀନବନ୍ଧୁ ନାଇକ (୭୫), ବଣିଆପଙ୍କ ଗ୍ରାମର ବିଧବା ଯାତ୍ରୀ ନାଇକ(୩୪), ବଣିଆପଙ୍କ ଗ୍ରାମର ବାବାଜି ପ୍ରଧାନ(୬୯), ବଣିଆପଙ୍କ ଗ୍ରାମର ବିଧବା ବାସନ୍ତୀ ନାଇକ(୫୩), ବଣିଆପଙ୍କ ଗ୍ରାମର ତରୀ ନାଇକ(୭୨), କୁରାଢ଼ିଘସା ଗ୍ରାମର ହେମଲତା ବେହେରା(୭୦), ବଣିଆପଙ୍କ ଗ୍ରାମର ବିଧବା ସୁକୁମାରୀ ମଢ଼େଇ(୭୭), ସେହିପରି ଉପଜିଲ୍ଲାପାଳଙ୍କ ଚିଠିନଂ ୩୪୦୬ ତା ୩୧/୨୦୨୧ରେ ବଣିଆପଙ୍କ ଗ୍ରାମର ସ୍ୱାମୀ ପରିତ୍ୟକ୍ତା ପାର୍ବତୀ ସେନାପତିଙ୍କ ନାମରେ ଭତ୍ତା ଅନୁମୋଦନ ହେଲା ପରେ ଭତ୍ତା ପାଇ ଆସୁଥିଲେ । କିନ୍ତୁ ଗତ ମାର୍ଚ୍ଚ ମାସର ଭତ୍ତା ସେମାନଙ୍କୁ ଦିଆଯାଇ ନାହିଁ । ସେମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ନିରାଶ ହୋଇ ଫେରିଛନ୍ତି । ଏନେଇ ସେମାନେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇ ପ୍ରତିକାର ଦାବି କରିଛନ୍ତି । ଯଦି ଏପ୍ରିଲ ମାସର ଭତ୍ତା ସେମାନଙ୍କୁ ଦିଆ ନଯାଏ ତେବେ ସେମାନେ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣ ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ହାଟଡିହି ବ୍ଲକରେ ଭତ୍ତା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଛି । ଅନେକ ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଯାଉଥିବାବେଳେ ସେମାନଙ୍କ ଭତ୍ତା ଯଙ୍କା ଯାୁଛି କୁଆଡେ । ଏନେଇ କୌଣସି ତଦନ୍ତ କରାଯାଉନି । କିଛି ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାମ ବ୍ଲକକୁ ପ୍ରଦାନ କରାଯାଇ ଥିବାବେଳେ ବ୍ଲକ କର୍ତ୍ତୁପକ୍ଷ ସେମାନଙ୍କ ନାମ ତାଲିକାରୁ ବାଦ ଦେଇ ନଦେଇ ଆମକୁ ମିଛରେ ନିନ୍ଦିତ କରୁଥିବା ଅନେକ ପୁର୍ବତନ ସରପଞ୍ଚ କହୁଥିବା ବେଳେ ସେମାନେ ତଥ୍ୟ ପ୍ରମାଣ ସବୁ ଦେଖାଉଛନ୍ତି । ବ୍ଲକର ଜଣେ କର୍ମଚାରୀ ଭତ୍ତା କେଳେଙ୍କାରୀରେ ସଂପୃକ୍ତ ରହି ମାଲେମାଲ ହେଉଥିବାବେଳେ ବ୍ଲକ କର୍ତ୍ତୁପକ୍ଷ ତାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । ଏପରିକି ଗତ କିଛିଦିନ ତଳେ କିଛି ହିତାଧିକାରୀଙ୍କ ଠାରୁ ଭତ୍ତା କରାଇଦେବାକୁ ଦଶ ହଜାର ଟଙ୍କା ଲାଞ୍ଚ ନେଇଥିବାବେଳେ ଭତ୍ତା କରାଇବାରେ ବିଳମ୍ବ କରିବାରୁ ସେମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହୋ ହଲ୍ଲା କରିଥିଲେ । ତେଣୁ କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଭତ୍ତା ଅନିୟମିତତାର ତଦନ୍ତ କରାଇ ଏହାର ରହସ୍ୟ ଉନ୍ମୋଚନ କରିବାସହ ଏଥିରେ ସଂପୃକ୍ତ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରଡଣ କରିବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ