ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ବିଜେପିର ଗଣଧାରଣା ଓ ପ୍ରତିବାଦ ସଭା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଓ ବନ୍ତ ବ୍ଲକରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବନ୍ତ ବିଜେପି ପକ୍ଷରୁ ମଙ୍ଗଳବାର ବନ୍ତ ମେଡିକାଲ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ କର୍ମୀ ଏକ ମଟର ସାଇକେଲ ଶୋଭାଯାତ୍ରାରେ ଆସି ମେଡିକାଲ ଛକରେ ପହଞ୍ôଚ ଗଣଧାରଣାରେ ବସିଥିଲେ । ପରେ ଆୟୋଜିତ ପ୍ରତିବାଦ ସଭାରେ ଶ୍ରୀ ଧଳ ଯୋଗ ଦେଇ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ କଡା ସମାଲୋଚନା କରିବା ସହିତ ବନ୍ତ, କେନ୍ଦୁଆପଦା, କାଦବରାଙ୍ଗ, ଅଢାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିବା ସହିତ ଏହାର ଉନ୍ନତିକରଣ ଦାବୀ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶଙ୍କର୍ଷଣ ଜେନା, ବିଜେପି ରାଜ୍ୟ ପରିଷଦ ସଭ୍ୟ ବନମାଳୀ ଜେନା, ଇଂ.ପ୍ରମୋଦ କୁମାର ଜେନା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ, ସରପଞ୍ଚ କିଶୋର କିଙ୍କର ପଢିଆରୀ, ଦେବେନ୍ଦ୍ର ଜେନା, ମନୋଜ ବିଶ୍ୱାଳ ବକ୍ତବ୍ୟ ପ୍ରଦାନ କରିଥିଲେ । ଧାରଣାରେ ପ୍ରଦୀପ୍ତ ବିଶ୍ୱାଳ, ରାଜୀବ ଲୋଚନ ସାହୁ, ତାପସ ଖଣ୍ଡେଇ, ରବିନ୍ଦ୍ର ସାହୁ, ନବ କିଶୋର ବଳ, କୁଳମଣି ବେହେରା, ଗଣେଶ ପରିଡା, ଖଗେଶ୍ୱର ବେହେରା, କିଶୋର ବିଶ୍ୱାଳ, ଅକ୍ଷୟ ନାୟକ, ଧ୍ରୁବ ଚରଣ ମାଝୀ, ସିନାରାଣୀ ମିଶ୍ର, ଜିତେନ ନାଥ, ବିଶ୍ୱନାଥ ନାୟକ, ରମାକାନ୍ତ ଜେନା, ନିରଂଜନ ପାଢୀ, ବସନ୍ତ କୁମାର ବାରିକ, ସୌଭାଗ୍ୟ ନାୟକ, ତାପସ ଜେନା, ତପନ ବାରିକ, ନିରଂଜନ ଭୂୟାଁ, ବିଜେନ୍ଦ୍ର ବେହୁରିଆ, ଗଦାଧର ନାୟକ, ରତ୍ନାକର ବିଶ୍ୱାଳ, ବାମନ ଚରଣ ପେଡା, ସଚ୍ଚିଦାନନ୍ଦ ସାମଲଙ୍କ ସମେତ ଅନ୍ୟମାନେ ବସିଥିଲେ । ପରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବୀ ସମ୍ବଳିତ ପତ୍ରକୁ ବିଡିଓ ରେକେବା ବିଲୁଙ୍ଗ ଜରିଆରେ ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀ ପତ୍ରରେ ଗତ ୨୦୦୯ ମସିହାରୁ ଜିଲାର ଜନସାଧାରଣ ଆନ୍ଦୋଳନ, ଧାରଣା, ଦାବୀପତ୍ର ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିବା ବେଳେ ରାଜ୍ୟ ସରକାର ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାରେ ବୈମାତୃକ ମନୋଭାବ ପୋଷଣ କରୁଥିବା ଉଲ୍ଲେଖ ରହିଛି । ଗତ ୨୦୨୦ ମସିହା ଫେବୃଆରୀ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଜିଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ । ଏହି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୬୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର ଭଦ୍ରକ ଜିଲା ପ୍ରତି ବୈମାତୃକ ମନୋଭାବ ରଖି ଏପର୍ଯ୍ୟନ୍ତ କେନ୍ଦ୍ରକୁ ପ୍ରସ୍ତାବ ପଠାଉ ନାହାନ୍ତି ବୋଲି ଦର୍ଶାଯାଇଛି । ସେହିପରି ଦୀର୍ଘ ୬୦ ବର୍ଷ ପୂର୍ବେ ବନ୍ତ ସଦର ମହକୁମାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବେଳେ ଏହାର ଉନ୍ନତିକରଣ ଏପର୍ଯ୍ୟନ୍ତ ହୋଇପାରିନାହିଁ । ଏଠାରେ ରକ୍ତଭଣ୍ଡାର, ଆବଶ୍ୟକ ଡାକ୍ତର ଓ କର୍ମଚାରୀଙ୍କର ଅଭାବ ପରିଲକ୍ଷିତ ହୋଇଛି । ଗତ ୨୨ ମାସ ପୂର୍ବରୁ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ପାଇଁ ଶିଳାନ୍ୟାସ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ ବୋଲି ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ