ଭଦ୍ରକ ଜିଲ୍ଲାର ମାଟ୍ରିକ୍ ପରୀକ୍ଷା ପାସ୍ ହାର ୭୫.୭୬: ବାସୁଦେବପୁର ବ୍ଲକର ବିପ୍ଲବଜିତ୍ ଟପର

ବନ୍ତ, (ଚାନ୍ଦିନୀ ମହାନ୍ତି) : ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଭଦ୍ରକ ଜିଲ୍ଲା ବାସୁଦେପୁର ବ୍ଲକର ବିପ୍ଳବଜିତ୍ ମିଶ୍ର ଜିଲ୍ଲାର ଟପର ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ବୁଧବାର ସମଗ୍ର ରାଜ୍ୟରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଜିଲ୍ଲାରେ ମୋଟ ୧୬୬୮୫ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଛାତ୍ର ୭୭୩୫ ଓ ଛାତ୍ରୀ ୮୯୫୦ ଅଟନ୍ତି । ଭଦ୍ରକ ଜିଲ୍ଳାର ମୋଟ ପାସ୍ ହାର ୭୫.୭୬ ରହିଥିବା ଜଣାଯାଇଛି । ସେହିପରି ଏ-୧ରେ ୭୨, ଏ-୨ରେ ୪୫୬, ବି-୧ରେ ୭୯୭, ବି-୨ରେ ୧୨୯୫, ସି ରେ ୧୯୯୮, ଡି ରେ ୩୬୫୪, ଇ ରେ ୮୪୧୩, ଏଫ ରେ ୫୩୨୯ ଜଣ ପାସ୍ କରିଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ତେବେ ଜିଲ୍ଲାର ଏ-୧ରେ ସର୍ବାଧିକ ଭଦ୍ରକ ବ୍ଲକ ଥିବା ବେଳେ ସର୍ବନିମ୍ନ ଭଣ୍ଡାରିପୋଖରୀ ବ୍ଲକ ରହିଛି । ଜିଲ୍ଲାର ଟପ୍ ୬୮(ଏ-୧) ମଧ୍ୟରେ ଭଦ୍ରକ ବ୍ଲକରେ ୧୯, ବାସୁଦେବପୁର ବ୍ଲକରେ ୧୩, ଚାନ୍ଦବାଲି ବ୍ଲକରେ ୧୧, ତିହିଡି ବ୍ଲକରେ ୮, ଧାମନଗର ବ୍ଲକରେ ୭, ବନ୍ତ ବ୍ଲକରେ ୭ ଓ ଭଣ୍ଡାରିପୋଖରୀ ବ୍ଲକରେ ୩ ଜଣ ଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ଜିଲ୍ଲାର ବାସୁଦେବପୁର ବ୍ଲକ ୧ମ, ୭ମ, ୮ମ, ଭଦ୍ରକ ବ୍ଲକ ୨ୟ, ୯ମ, ଚାନ୍ଦବାଲି ବ୍ଲକ ୩ୟ, ୪ର୍ଥ, ୧୦ମ, ବନ୍ତ ବ୍ଲକ ୫ମ, ୬ଷ୍ଠ ସ୍ଥାନ ଅଧିକାର କରିଛି । ବାସୁଦେବପୁର ବ୍ଲକ ପଢୁଆଁ କୁମାର ହାଇସ୍କୁଲର ଛାତ୍ର ବିପ୍ଳବଜିତ୍ ମିଶ୍ର ୫୭୧ ନମ୍ବର ରଖି ଜିଲ୍ଲାର ଟପର ହୋଇଛନ୍ତି । ସେହିପରି ଭଦ୍ରକ ବ୍ଲକ ତଥା ଭଦ୍ରକସ୍ଥିତ ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସୌମ୍ୟଶ୍ରୀ ଆଶୁତୋଷ ନାୟକ ୫୬୮ ନମ୍ବର ରଖି ଜିଲ୍ଲାରେ ୨ୟ ସ୍ଥାନ, ଚାନ୍ଦବାଲି ବ୍ଲକ ଦୋଳମଣ୍ଡପ ହାଇସ୍କୁଲର ଛାତ୍ର ସମ୍ବିଦ୍ ମଲ୍ଲିକ ୫୬୨, ଘଣ୍ଟେଶ୍ୱର ଏ.ସି.ହାଇସ୍କୁଲର ଛାତ୍ର ଲୋକମିତ୍ର ତ୍ରିପାଠୀ ୫୬୨, ବନ୍ତ ବ୍ଲକ ତେଲନଟିସ୍ଥିତ ବାଲିପୋଖରୀ ହାଇସ୍କୁଲର ଛାତ୍ରୀ କଳ୍ପଲତା କୁଣ୍ଡୁ ୫୬୨ ନମ୍ବର ରଖି ୩ୟ, ବନ୍ତ ବ୍ଲକ ଆଗରପଡା ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀ ଜ୍ୟୋତିପ୍ରଜ୍ଞା ସାହୁ ୫୬୧, ବାସୁଦେବପୁର ବ୍ଲକ ବରପୁର ହାଇସ୍କୁଲର ଛାତ୍ର ଜ୍ୟୋତି ପ୍ରକାଶ ବେହେରା ୫୬୧ ନମ୍ବର ରଖି ୪ର୍ଥ ସ୍ଥାନ ହାସଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ