ଭଦ୍ରକ ବିଧାୟକ ଓ ସାଂସଦ କରୋନା ଆକ୍ରାନ୍ତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଧାୟକ ସଂଜୀବ ମଲ୍ଲିକ ଏବଂ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ । ସେମାନେ ଟୁଇଟରରେ ଜରିଆରେ ଜଣାଇଛନ୍ତି।କରୋନା ମହାମାରୀ ସମୟରେ ଡାକ୍ତରଖାନାରେ ରକ୍ତ ସଂକଟ ଦେଖା ଦେଇଥିଲା । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ଯେ ଓଡ଼ିଶାରେ ରକ୍ତ ପାଇଁ କେହି ଯେମିତି ମୃତ୍ୟୁ ମୁଖରେ ନ ପଡନ୍ତି । ସେଥିପାଇଁ ଅଣ୍ଟା ଭିଡିଥିଲେ ଭଦ୍ରକ ବିଧାୟକ ସଂଜୀବ ମହାନ୍ତି ଯିଏକି ମୟୂରଭଂଜ ଜିଲ୍ଲାର ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ । ସେହିଭଳି ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳଙ୍କ ସ୍ବାମୀ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମୟୂରଭଂଜ ଜିଲ୍ଲାର ସାରସକଣା ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ମୟୂରଭଞ୍ଜ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି ଭାଇ)ଙ୍କ ଆହ୍ୱାନକୁ ନେଇ ମୟୁରଭଞ୍ଜ ଏବଂ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।କୋୖଣସି ନା କୌଣସି କାରଣରୁ ବଡ଼ସାହି ବିଜେଡି ପର୍ଯ୍ୟବେକ୍ଷକ ସଂଜୀବ ମଲ୍ଲିକ ଏବଂ ରାଇରଙ୍ଗପୁର ଓ ସାରସକଣା ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳଙ୍କ ପରିବାର ଲୋକେ କରୋନା ଆକ୍ରାନ୍ତ ହୋଇଛନ୍ତି । ଖଵର ଶୁଣି ମୟୂରଭଂଜ ବିଜେଡି କର୍ମୀ ମହଲରେ ବିଷାଦ ଖେଳି ଯାଇଥିଲା । ସେମାନଙ୍କର ଶିଘ୍ର ଆରୋଗ୍ୟ ଓ ସୁସ୍ଥ କାମନା କରି ମୟୂରଭଂଜ ଜିଲ୍ଲାର ସେହି ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।ଶୀଘ୍ର ଆରୋଗ୍ୟ ହୋଇ ପୁଣି ସମାଜସେବା କାମରେ ନିଜକୁ ନିୟୋଜିତ କରନ୍ତୁ ଓ ସେମାନଙ୍କ ଅଂଚଳବାସିଙ୍କ କଥା ବୁଝନ୍ତୁ ।