ଭଦ୍ରକ ମାଟିର ଉଜ୍ଜ୍ୱଳ ସନ୍ତାନ ଥିଲେ ବିପ୍ଳବୀ ଚକ୍ରଧର

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : କନିକା ପ୍ରଜା ଆନ୍ଦୋଳନର ପ୍ରମୁଖ କାଣ୍ଡାରୀ , ସ୍ୱାଧୀନତା ସଂଗ୍ରାମୀ , ବିଧାୟକ ତଥା ଭଦ୍ରକ ମାଟିର ଉଜ୍ଜ୍ୱଳ ସନ୍ତାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ୧୨୭ତମ ଜୟନ୍ତୀ ସ୍ଥାନୀୟ ୟୁନିଟ-୮ ସ୍ଥିତ ପ୍ରତିମୂତିଠାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ବିପ୍ଳବୀ ଚକ୍ରଧର ସାଧାରଣ ଲୋକଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ସହିତ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ଦେଶଭକ୍ତ ତଥା ରାଜତନ୍ତ୍ରର ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ୱର ଉତୋଳନ କରିବା ସହିତ ପ୍ରଜାଙ୍କ ସ୍ୱାର୍ଥ ରକ୍ଷାରେ ସାରା ଜୀବନ ସମର୍ପିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମ୍ଭକାର, ସାହିତ୍ୟିକ, ସାମ୍ବାଦିକ ଗୌରହରି ଦାସ, ଓଡ଼ିଆ ଭାଷାସାହିତ୍ୟି ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ଦଳେଇ, ନିର୍ଦ୍ଦେଶକ ରଂଜନ କୁମାର ଦାସ, ପ୍ରତ୍ନତତ୍ୱ ଅଧିକାରୀ ଅଶ୍ୱୀନ କୁମାର ଶତପଥୀ, ବିଧାୟକ ଅନନ୍ତ ନାରାୟଣ ଜେନା, ପ୍ରଶାନ୍ତ ବେହେରା, ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇ ବିପ୍ଳବୀ ଚକ୍ରଧରଙ୍କ ବହୁମୁଖୀ ବ୍ୟକ୍ତିତ୍ୱର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଓଡ଼ିଆ ଭାଷା ଓ ପୂଜ୍ୟପୂଜା ପ୍ରାଣ ତଥା ସରକାରଙ୍କ ଅନୁସଚିବ ଲକ୍ଷ୍ମୀଧର ବେହେରାଙ୍କୁ ବିପ୍ଳବୀ ଚକ୍ରଧର ବେହେରା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂଯୋଜକ ନାରାୟଣ ଚନ୍ଦ୍ର ଓଝାଙ୍କ ସହିତ ଅଭିଯାନର ସଦସ୍ୟ ସୁରେନ୍ଦ୍ର କୁମାର ମାହୁନ୍ତ, ସ୍ୱପ୍ନାଶ୍ରୀ ମାହୁନ୍ତ, ବେହେରା ଭବାନୀ ନାୟକ, ଭିକାରୀ ଚରଣ ସାହୁ, ଦିଲ୍ଲୀପ କୁମାର, କୁମରେଶ ମହାନ୍ତି, ଚନ୍ଦ୍ରଶେଖର ସାହୁ, ବି.ମୂରଲଧୀର, ତନ୍ମୟ ସାମନ୍ତରାୟ, ଆଜିତେଶ ଘୋଷ, ସୁଭାଷିଶ ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ