ଭଦ୍ରାଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍
ନୂଆଦିଲ୍ଲୀ(ଏଜେନ୍ସି): ବେଆଇନ ଅର୍ଥ କାରବାର ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀର ଏକ ଅଦାଲତ ସୋମବାର ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଅଦାଲତ ରବର୍ଟ ଭଦ୍ରା ଏବଂ ତାଙ୍କ ସହଯୋଗୀ ମନୋଜ ଆରୋଡ଼ାଙ୍କୁ ୫ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଉଭୟ ରବର୍ଟ ଏବଂ ମନୋଜ ଅନ୍ତରୀଣ ଜାମିନରେ ଥିଲାବେଳେ ଏବେ ଏହାର ଅବଧି ବଢିଯାଇଛି । ସର୍ତ୍ତ ମଧ୍ୟରେ ଉଭୟଙ୍କୁ ପ୍ରତ୍ୟକ୍ଷଦର୍ଶୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ପାଇଁ ଚେଷ୍ଟା ନକରିବାକୁ କୁହାଯାଇଛି । ଲଣ୍ଡନରେ ସମ୍ପତ୍ତି କିଣାକୁ ନେଇ ରବର୍ଟ ଭଦ୍ରା ବେଆଇନ ଅର୍ଥ କାରବାର ମାମଲାର ସାମ୍ନା କରୁଛନ୍ତି ।