ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ୱାରା ଭିନ୍ନକ୍ଷମ ସଂଘ ମାନଙ୍କ ସହଯୋଗ ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭବାନୀପାଟଣା ଠାରେ ପାଳିତ ହୋଇଯାଇଛି ।ସକାଳେ ପ୍ରଥମେ ଜିଲ୍ଲାପାଳ ପି ଅନ୍ୱେଷ। ରେଡ୍ଡୀଙ୍କ ଦ୍ଵାରା ପତାକା ଦେଖାଇ ଭିନ୍ନକ୍ଷମ ମାନଙ୍କ ଏକ ବିରାଟ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ବିଜୁ କଲ୍ୟାଣ ମଣ୍ଡପ ଯାଏଁ ଯାଇଥିଲା । ଶୋଭାଯାତ୍ରା ସେଠାରେ ପହଂଚିବା ପରେ ଅନ୍ତର୍ଜାତୀୟ ଦିବସ ପାଳନ ପାଇଁ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ରଞ୍ଜନ ମିତ୍ର ମୁଖ୍ୟ ଅତିଥି, ଜିଲ୍ଲା ଆଇନ ସେବା ପ୍ରାଧିକାରଣ ର ସମ୍ପାଦକ ଶ୍ରୀ ଶୁଭ ଗୌତମ ମିଶ୍ର ସ୍ୱତନ୍ତ୍ର ଅତିଥି, ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦୁର୍ଯୋଧନ ବିଶି, ଜିଲ୍ଲା ପାରିଷଦ ସଭ୍ୟ ତଥା ଭିନ୍ନକ୍ଷମ ମଞ୍ଚର ମୁଖ୍ୟ ଶ୍ରୀ ସୁରେଶ ଚୌଧୁରୀ ଓ ଭିନ୍ନକ୍ଷମ ଫେଡେରେସନର ମୁଖ୍ୟ ଶ୍ରୀ ହେମନ୍ତ ତାଣ୍ଡି ଅତିଥି ଭାବେ ଯୋଗଦେଇଥିଲେ । ଏହି ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମଦନଜିତ ହୋତା ସଭାପତିତ୍ୱ କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ତୁଷାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ୧୪ ଜଣ ଭିନ୍ନକ୍ଷମ ଦମ୍ପତି ଙ୍କୁ ବିବାହ ପ୍ରୋସ୍ଥାହନ ରାଶି ପ୍ରଦାନ ସହ ୨୪ ଜଣ ଭିନ୍ନକ୍ଷମ ଙ୍କୁ ଆତ୍ମ ନିଯୁକ୍ତି ସହାୟକ ଉପକରଣ ମାନ ବଣ୍ଟନ, ଭିନ୍ନକ୍ଷମ ମାନଙ୍କୁ ସହାୟକ ଉପକରଣ ଯଥା ଟ୍ରାଇ ସାଇକେଲ,ହୁଇଲ ଚେୟାର ଇତ୍ୟାଦି ପ୍ରଦାନ କରାଯାଇଛି ।ଜିଲ୍ଲାରେ ଭିନ୍ନକ୍ଷମ ସଶକ୍ତିକରଣରେ ସକ୍ରିୟ ସହଯୋଗ କରୁଥିବା ୩ ଜଣ ଶ୍ରୀ ସୁରେଶ ଚୌଧୁରୀ, ଶ୍ରୀ ହେମନ୍ତ ତାଣ୍ଡି ଓ ଶ୍ରୀ ଡୋଳାମଣି ପ୍ରଧାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ସ୍ୱତନ୍ତ୍ର ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହିତ କାର୍ଯ୍ୟକ୍ରମ ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କାରିଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ