ଭବାନୀପାଟଣା ଠାରେ ଅବସ୍ଥିତ ଥୁଆମୂଳ ରାମପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁରକୁ ସ୍ଥାନାନ୍ତର ଦାବି ।

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ଥୁଆମୂଳ ରାମପୁର ଏବଂ ଲାଞ୍ଜିଗଡ଼ ଦୁଇ ବ୍ଲକର ଉନ୍ନତି ନିମନ୍ତେ ଉଦ୍ଧିଷ୍ଟ ସମନ୍ବିତ ଆଦିବାସୀ ଉନ୍ନୟନ କାର୍ଯ୍ୟାଳୟ ଖୋଲା ଯାଇଛି କିନ୍ତୁ ତାହା ଭବାନୀପାଟଣାରେ ଅବସ୍ଥିତ ଅଛି I କାର୍ଯ୍ୟାଳୟ ଭବାନିପାଟଣାରେ ଥିବାରୁ ଅଞ୍ଚଳର ବିକାଶ ହୋଇପାରୁନାହି I ୧୯୭୯-୮୦ମସିହାରୁ ଦୀର୍ଘ ୪୦ବର୍ଷରେ ଅଂଚଳର କୌଣସି ଯୁବକ-ଯୁବତୀକୁ ତାଙ୍କର ଦକ୍ଷତା ବିକାଶ କରି କୌଣସି ପ୍ରକାର ନିଯୁକ୍ତିରେ ଥଇଥାନ କରି ପାରିଲେନି , ତଥା ଏହି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ଯୋଜନା ଠିକ ଭାବରେ ପହଞ୍ଚି ପାରିନାହଁ। ତେଣୁ ଏହି କାର୍ଯ୍ୟଳୟ କୁ ଥୁଆମୂଳ ରାମପୁର କୁ ସ୍ଥାନାନ୍ତରିତ କରିବା ଦାବି ନେଇ ଆଜି ଥୁଆମୂଳ ରାମପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମନ୍ବିତ ଆଦିବାସୀ ଉନ୍ନୟନ କାଯ୍ୟାଳୟ ଘେରାଉ କରିଛି ଏବଂ ଆଗାମି ଦିନରେ ଦାବି ପୁରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ