ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପି ସି ଏବଂ ପି ଏନ୍ ଡି ଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ପି ସି ଏବଂ ପି ଏନ୍ ଡି ଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସି ଡ଼ି ଏମ ଓ କଳାହାଣ୍ଡି ଡ ରଞ୍ଜନ ମିତ୍ର ଜିଲ୍ଲା ରେ ପୂର୍ବ ଗର୍ଭ ଧାରଣ ଓ ଜନ୍ମ ପୂର୍ବରୁ ଲିଙ୍ଗ ନିରୂପଣ ସମ୍ବଧିୟ କାର୍ଯ୍ୟକ୍ରମରେ ନିଆଯାଇଥିବା ପଦକ୍ଷେପ ଓ ସ୍ଵୀକୃତି ଦେଇଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଉପରେ ସବିଶେଷ ତଥ୍ୟ ଦେଇଥିଲେ।ଜିଲ୍ଲାରେ ସରକାରୀ ସ୍ତରରେ ୪ ଟି ଭବାନୀପାଟଣା ଡାକ୍ତରଖାନା, ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା, କେସିଙ୍ଗା ଓ ଏମ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସହିତ ଘରୋଇ କ୍ଷେତ୍ରରେ ଭବାନୀପାଟଣାରେ ୫ ଟି , ଧର୍ମଗଡ ରେ ୫ ଟି, କେସିଙ୍ଗା ରେ ୨ ଟି, ଜୁନାଗଡ ରେ ୨ ଟି, ନର୍ଲା ରେ ୧ ଟି ଏବଂ ଲାଞ୍ଜିଗଡ ରେ ୧ ଟି ଅଲଟ୍ରା ସାଉଣ୍ଡ ଡାକ୍ତର ସହ ଚାଲୁଅଛି।ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ( ପି ଏମ ଏସ ଏମ ଏ)ରେ ସି ଏଚ ସି ଦ୍ଵାରା ପ୍ରେରିତ ସମସ୍ତ ଗର୍ଭବତୀ ମହିଳାମାନଙ୍କୁ ଜିଲ୍ଲାରେ ଚିହ୍ନ୍ନଟ ୧୫ ଟି ଅଲଟ୍ରା ସାଉଣ୍ଡ କ୍ଲିନିକ୍ ରେ ମାଗଣାରେ ପ୍ରତ୍ୟେକ ମାସ ନବମଦିନ ରେ ଗର୍ଭ ସଂଚାର ସମ୍ବଧୀୟ ପରୀକ୍ଷା କରାଯାଉଛି। ବିଶେଷତ ଲାଞ୍ଜିଗଡ ଭଳି ଦୁର୍ଗମ ଆଦିବାସୀ ଅଞ୍ଚଲରେ ଗର୍ଭବତୀ ମହିଳା ନିଜର ଗର୍ଭ ଅବସ୍ଥା ସମ୍ବଧିତ ପରୀକ୍ଷା ମାଗଣାରେ ଅଲଟ୍ରା ସାଉଣ୍ଡ ର ସାହାଯ୍ୟ ପାଉଛନ୍ତି।ଜିଲ୍ଲାପାଳ ଗୃହରେ ପ୍ରସବ ଠାରୁ ଡାକ୍ତରଖାନା ବା ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରସବ କରାଇବା ପାଇଁ ବିଶେଷ ଦୃଷ୍ଟି ଓ ପଦକ୍ଷେପ ନେବାକୁ ସି ଡି ଏମ ଓ ଙ୍କୁ କହିଥିଲେ। ସେପରି ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ୍ ଉପରେ ଅଚାନକ ଚଡ଼ାଉ କରି କାର୍ଯ୍ୟାନଷ୍ଠାନ କରିବାକୁ ଅତିରିକ୍ତ ଏସ ପି ଶ୍ରୀ ବିଜୟ ନନ୍ଦଙ୍କୁ କହିଥିଲେ। ବୈଠକରେ ଏ ଡି ପି ଏଚ ଓ ( ଏଫ୍ ଡବ୍ଲୁ) ଡ ଚନ୍ଦ୍ରକାନ୍ତି ଆଚାର୍ଯ୍ୟ,ସରକାରୀ ପ୍ଲିଡର ଶ୍ରୀ ସୁନିଲ ମୁଣ୍ଡ, ଡ ଦୀନବନ୍ଧୁ ସାହୁ, ଡ ଲିଲି ରାଉତ, ଡି ଆଇ ପି ଆର ଓ ମନୋଜ ବେହେରା ଙ୍କ ସମେତ ସ୍ବାସ୍ଥ୍ୟବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।