ଭବାନୀପାଟଣା ଠାରେ “ବାଲ୍ୟ ବିବାହ ନିରୋଧ” କରିବା ପ୍ରୟାସ ପାଇଁ ରଥ ଶୁଭାରମ୍ଭ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ): ଆଜି ଦିବା ୯ ଘଣ୍ଟାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସମ୍ମୁଖରେ “ବାଲ୍ୟ ବିବାହ” ରୋକିବା ସମ୍ବନ୍ଧୀୟ ଏକ ସଚେତନମୂଳକ ରଥଯାତ୍ରା କରିବା କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା ।ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଟେଲ୍ ଯୋଗଦାନ କରି ପତାକା ପ୍ରଦର୍ଶନପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, କଳାହାଣ୍ଡି, କାର୍ଯ୍ୟକ୍ରମ ଅଧିକାରୀ, କଳାହାଣ୍ଡି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, କଳାହାଣ୍ଡି, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ, ଭବାନୀପାଟଣା, ସହରାଞ୍ଚଳ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି କଳାହାଣ୍ଡି ଜିଲ୍ଲା ମିଶନ ଶକ୍ତି ସଂଯୋଜିକା, କଳାହାଣ୍ଡି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସଭ୍ୟା, ବ୍ଲକ୍ ପ୍ରକଳ୍ପ ସଂଯୋଜିକ। ,ଭବାନୀପାଟଣା, ସହରାଞ୍ଚଳ, ମହିଳା ପରିଦର୍ଶିକା ସେକ୍ଟର i,ii, & iii ଏବଂ ଅଙ୍ଗନୱାଡ଼ି କର୍ମୀ ତଥା ବ୍ଲକ୍ ମହାସଂଘର ସଭାନେତ୍ରୀ, ସମ୍ପାଦିକା, କୋଷାଧ୍ୟକ୍ଷଙ୍କ ସହିତ ସ୍ଵୟଂ ସହାୟକ ଦଳର ସଭ୍ୟା ମାନେ ବହୁ ସଂଖ୍ୟା ରେ ଯୋଗ ଦାନ କରି ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିବାରେ ସହାୟକ ହୋଇଥିଲେ । ଏହା ପରେ ବାଲ୍ୟ ବିବାହ ରୋକିବା ନିମନ୍ତେ ବିଭିନ୍ନ ସଚେତନ ମୂଳକ ‘ ପ୍ଲା କାର୍ଡ ‘ ଧରି ସ୍ଲୋଗାନ ଦେଇଥିଲେ। ପରେ ପରେ ରଥଟି ବିଭିନ୍ନ ଗ୍ରାମ ଗସ୍ତ କରି ସଚେତନମୂଳକ ବାର୍ତ୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ ବାହାରିଥିଲା । “ଆସନ୍ତୁ ଆମେ ସମସ୍ତେ ମିଶି ବାଲ୍ୟ ବିବାହ ରୋକିବା” “ବାଲ୍ୟ ବିବାହ ଏକ ସାମାଜିକ କଳଙ୍କ” : ଏହାକୁ ଆମେ ଗାଁ ଗାଁ ରେ ପ୍ରଚାର କରିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ