ଭବାନୀପାଟଣା ଠାରେ ବିଶ୍ଵ କପ୍ ହକି ଉପଲକ୍ଷେ ଜିଲ୍ଲା ସ୍ତରୀୟ ଭଲିବଲ ପ୍ରତିଯୋଗିତାର ଉଦଯାପନ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଆଜି ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଗତ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ପୁରୁଷ ଓ ମହିଳା ଭଲିବଲ ପ୍ରତିଯୋଗିତା ଉଦଯାପନ ହୋଇଥିଲା। ପ୍ରଥମ ଦିନ ୩.୧.୨୦୨୩ ଗ୍ରୁପ୍ A ରେ ଏମ ରାମପୁର ଭଲିବଲ ଦଳ ବିଜୟ ହୋଇ ଫାଇନାଲ କୁ ଉତିର୍ଣ୍ଣ ହୋଇଥିଲା ଏବଂ ଦ୍ଵିତୀୟ ଦିନ ଆଜି ଗ୍ରୁପ B ରେ କେସିଙ୍ଗା ଦଳ ଉତିର୍ଣ୍ଣ ହୋଇ ଫାଇନାଲ ଖେଳିବାର ସୁଯୋଗ ପାଇଥିଲା। ଏହି ଅବସରରେ ଜିଲ୍ଲାପାଳ,କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଅତିଥି ରୂପେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ପ୍ରତିଯୋଗିତାରେ ୧୩ ଗୋଟି ବ୍ଲକର ବାଳକ ଭଲିବଲ ଦଳ ଏବଂ ବାଳିକା ବିଭାଗର ୨ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ।ବାଳିକା ବିଭାଗ ରେ କେସିଙ୍ଗା ମହିଳା ଭଲିବଲ ଦଳ ବିଜେତା ସହ ଭବାନୀପାଟଣା ମହିଳା ଭଲିବଲ ଦଳ ରନରସ୍ ରୂପେ ବିବେଚିତ ହେଲେ ।ସେଭଳି ବାଳକ ବିଭାଗ ରେ କେସିଙ୍ଗା ଭଲିବଲ୍ ଦଳ ବିଜେତା ସହ ଏମ ରାମପୁର ରନରସ୍ ବିବେଚିତ ହେଲେ। ବିଜେତା ଏବଂ ରନରସ୍ ଦଳ କୁ ଆସନ୍ତା କଳାହାଣ୍ଡି ଉତ୍ସବ ୨୦୨୩ ମଞ୍ଚ ରେ ୧୦୦୦୦ ଏବଂ ୭୦୦୦ ଧନରାଶି ର ପୁରସ୍କାର ପ୍ରଦାନ କରାଯିବ।ଏହି କ୍ରୀଡା ପ୍ରତିଯୋଗିତା ରେ ଅନୁଷ୍ଠିତ ସଭା ରେ ଡି ଏସ ଓ ରମେଶ ପାଢ଼ୀ, ଡି ଆଇ ପି ଆର୍ ଓ ମନୋଜ ବେହେରା ,ଭଲିବଲ୍ କୋଚ୍ ଜ୍ଞାନେନ୍ଦ୍ର ବଢେଇ, ପି ଇ ଆଇ ମହେନ୍ଦ୍ର ପଣ୍ଡା,ବିଭିନ୍ନ ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି ଏହି ଷ୍ଟାଡିୟମରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗ୍ରୁପ A ର ଫୁଟବଲ ବ୍ଲକ୍ ଦଳ ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ