ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ କରୋନା ସଚେତନତା

କଳାହାଣ୍ଡି, (ଓ୍ୱାଇଏନ୍‌ଏସ୍‌): ବିଶ୍ୱ ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକଡାଉନରେ ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଓଡିଶାରେ କରୋନା ସ୍ଥିତି ଅନ୍ୟରାଜ୍ୟ ତୁଳନାରେ କେମିତି ଠିକ ସ୍ଥିତିରେ ରହିବ, ସେଥିପାଇଁ ସାଧାରଣ ଜନତାଙ୍କୁ ନିବେଦନ କରୁଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅନେକ ପଦକ୍ଷେପକୁ ଲୋକାଭିମୁଖୀ କରିବା ପାଇଁ ଲକଡାଉନ ଅବଧି ସାରା ଲୋକଙ୍କୁ ସଚେତନ କରାଉଛନ୍ତି ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭବାନୀଶଙ୍କର ନିଆଲ। ଏଥିପାଇଁ ସେ ପ୍ରତିଦିନ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁରେ କିଛି ନା କିଛି ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଏହି କ୍ରମରେ ସେ ଖାଦ୍ୟ ବଂଟନ, ମାସ୍କ ବଂଟନ ସହ ସାମାଜିକ ଦୂରତା ଉପରେ ଲୋକଙ୍କୁ ସଚେତନ କରୁଛନ୍ତି। ଆଜି ଗାଇଗାଁ, ବୋରିଆ, ଲଇତରା ଓ ବାଲସି ଗ୍ରାମପଞ୍ଚାୟତର ବିଭିନ୍ନ ଗାଁ ରେ ସେ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ବଂଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ନିଆଲଙ୍କ ସହ ଯୁବ ନେତା ପ୍ରଦୀପ ଦାସ, କେସିଙ୍ଗା ପୂର୍ବ ବ୍ଲକ ଅଧ୍ୟକ୍ଷ ରୋହିତ ଭୋଇ, ଭବାନୀ ସାହୁ, ହେମନ୍ତ ସାହୁ, ସିନ ସାହୁ, ହୃଷିକେଶ ସାହୁ, ମନୋଜ ସାହୁ,ରବି ସାହୁ, ସାମରଥ ଧରୁଆ, ଗୌତମ ଧରୁଆ, କାନ୍ତ ମାଝୀ, ହୃଦାନନ୍ଦ ସ୍ୱାଇଁ, ବଳରାମ ନାୟକ, ଲାବଣ୍ୟ ସ୍ୱାଇଁ, ଟୁକୁ ସାହୁ, ଦୁର୍ୟୋଧନ ସାହୁ, ତେଜ ସାହୁ ପ୍ରମୁଖ ପ୍ରତିନିଧି ବିଭିନ୍ନ ଗାଁରୁ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଶ୍ୱରେ ଆତଙ୍କ ଖେଳାଇ ଥିବା ମହାମାରୀ କରୋନା ଭୂତାଣୁକୁ କିପରି ମୁକାବିଲା କରି ପାରିବେ, ହାତକୁ ସାବୁନରେ କିପରି ଧୋଇବେ, ମାକ୍ସ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ସ୍ଥାନୀୟ ବାସିନ୍ଦାଙ୍କୁ ଶ୍ରୀ ନିଆଲ ସଚେତନ କରାଇଥିଲେ।ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତରେ ସରକାରଙ୍କ ଲକଡାଉନ ନିୟମକୁ ମାନି ଘରେ ରହିବା ନେଇ ଜନ ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ନିଆଲ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ