ଭବାନୀ ଶଙ୍କର ଦୋରାଙ୍କ ଆକ୍ରମଣ ଘଟଣାରେ ତିନି ଗିରଫ
ବାଲିଗୁଡା, (ସଞ୍ଜୟ ପାଣିଗ୍ରାହୀ):ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ଭବାନୀ ଶଙ୍କର ଦୋରାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ଅବନୀ ନାୟକ,ପିଣ୍ଟୁ ସେଠୀ,ମିଥୁନ ସାହୁ । ଏମାନଙ୍କ ବିରୁଦ୍ଧରେ କେଶ ନମ୍ବର ୧୫୨/୨୧ମାମଲାରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି ।ସୁଚନା ଯୋଗ୍ୟ ଯେ ଗତ ୨ ତାରିଖ ଦିନ ଏନଏସିର ଏକ ଠିକା କାମକୁ ନେଇ ଯୁକ୍ତିତର୍କ ହୋଇଥିଲା ତାପରେ ବସଷ୍ଠାଣ୍ଡ ନିକଟରେ ୨୦ରୁ ଉର୍ଦ୍ଧ ଯୁବକ ମରଣାତ୍ମକ ଆକ୍ରମଣ କରିଥିଲେ ।


