ଭବିଷ୍ୟତ ରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି କୃତୀଛାତ୍ର ମୋହନ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ବପ୍ନ ଥିଲା ଜୀବନ ରେ ଡାକ୍ତର ଟିଏ ହୋଇ ଗାଁ ଗହଳି ଲୋକ ମାନଙ୍କୁ ଚିକିତ୍ସା କରିବେ। କିନ୍ତୁ ସ୍ବପ୍ନ କୁ ବାସ୍ତବ ରୂପ ଦେବା ପାଇଁ ତାଙ୍କ ପାଖରେ ଯଥେଷ୍ଟ ସମ୍ବଳ ନଥିଲା। ପାଠ ପଢିବାକୁ ଆବଶ୍ୟକ ଉପକରଣ ନ ଥିଲା ତଥାପି ମନ ଭାଙ୍ଗି ନ ଥିଲେ ମୋହନ।ପାଠ ପଢିବାକୁ ଚାକଚକ୍ୟ ଷ୍ଟଡି ରୁମ ନ ଥିଲା ତାଙ୍କର । ସେ କିନ୍ତୁ ପଣ କରିଥିଲେ, ଭଲ ପାଠ ପଢିବେ ଆଉ ତାଙ୍କ ସ୍ଵପ୍ନ କୁ ସାକାର କରିବେ। ତାହା ସଫଳ ମଧ୍ୟ ହୋଇଛି।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମର ସ୍ବର୍ଗତ ଭରତ ବେହେରା ଓ ଗୀତାଞ୍ଜଳି ବେହେରା ଙ୍କ ପୁଅ ମୋହନ ବେହେରା ନିଜ ପରିଶ୍ରମ, ନିଷ୍ଠା ବଳରେ ଆଜି ଜଣେ ଡାକ୍ତର ହେବାର ଯୋଗ୍ୟତା ହାସଲ କରି ପାରିଛନ୍ତି।ମୋହନ ଙ୍କୁ ଯେତେବେଳେ ଚାରି ବର୍ଷ ହୋଇଥିଲା ସେ ହୋଇଯାଇଥିଲେ ବାପଛେଉଣ୍ଡ। ତାଙ୍କ ମା ଦୁଃଖ କଷ୍ଟ କରି ୨ ଭାଇ ଓ ଭଉଣୀ କୁ ପାଠ ପଢ଼ାଇଥିଲେ । ସର୍ବଭାରତୀୟ ନିଟ ପରୀକ୍ଷା ରେ ମୋହନ ୯୩.୯୮%ମାର୍କ ରଖିଛନ୍ତି। ତାଙ୍କ ପରିବାର ଦୁଃଖ ରେ ଥିବା ବେଳେ ପାଠ ପଢିବାକୁ ମୋହନ ଙ୍କୁ ସହାୟତା ର ହାତ ବଢ଼ାଇଥିଲା ଜିନ୍ଧେଗୀ ଫାଉଣ୍ଡେସନ । ଆଜି ମୋହନ ଙ୍କ ଡାକ୍ତର ହେବା ସ୍ଵପ୍ନ ପୂରଣ ହୋଇଛି। ଜୀବନ ରେ ଅନେକ ଘାତ ପ୍ରତିଘାତ ଆସିବ ଏ ସବୁକୁ ଅତିକ୍ରମ କରି ଆଗକୁ ବଢିଲେ ହିଁ ସଫଳତା ଶୀର୍ଷ ରେ ପହଁଚିବେ କହିଛନ୍ତି କୃତୀ ଛାତ୍ର ମୋହନ।ମୋହନ ଙ୍କ ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ, ତାଙ୍କ ପରିବାର କୁ ପ୍ରଶଂସା ଓ ଶୁଭେଚ୍ଛା ର ସୁଅ ଛୁଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ