ଭରତକୁ ପ୍ରତ୍ୟାବର୍ତ୍ତନ କଲେ ଅଲିମ୍ପିକ୍ସ ହିରୋ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତର ଦବଦବା ଜାହର କରି ଆଜି ଟୋକିଓରୁଭରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅଲିମ୍ପିକ୍ସ ପଦକ ବିଜେତା। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିପାଇଁ ଅଲିମ୍ପିକ୍ସ ହିରୋଙ୍କୁ ସ୍ବାଗତ ଜଣାଇବାକୁ ଦିଲ୍ଲୀ ବିମାନ ବନ୍ଦର ବାହାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ପଦକ ବିଜେତାଙ୍କୁ ଦିଲ୍ଲୀରେ କରାଯିବ ଭବ୍ୟ ସ୍ବାଗତ କରାଯାଇଥିଲା। ଟୋକିଓ ଅଲିମ୍ପିକ୍‌ସରେ ନୀରଜ ପୁନିଆଙ୍କୁ ଜାଭଲିନ ଥ୍ରୋରେ ସ୍ବର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ସେହିପରି ୱେଟଲିଫ୍ଟର ମୀରାବାଈ ଚାନୁ ଓ ରେସଲର ରବି କୁମାର ସିଲଭର ପଦକ ହାସଲ କରିଛନ୍ତି। ପୁରୁଷ ହକି ଟିମ୍‌ ଦମଦାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ସେହିପରି ବ୍ୟାଡମିଣ୍ଟନରେ ପି.ଭି.ସିନ୍ଧୁ, ବକ୍ସିଂରେ ଲଭ୍‌ଲିନା ଓ ରେସଲିଂରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସମସ୍ତ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅପରପକ୍ଷରେ ମହିଳା ହକି ଟିମ୍‌, ଆଥଲେଟିକ୍ସରେ କମଲପ୍ରୀତ କାଉର, ରେସଲର ଦୀପକ ପୁନିଆ ଏବଂ ଗଲ୍ଫରେ ଆଦିତି ଅଶୋକଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ପାଇଁ ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ