ଭରତପୁର ଦକ୍ଷୀଣକାଳୀ ମନ୍ଦିରର ଜନ୍ମ ମହୋତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ପ୍ରସିଦ୍ଧ ଦକ୍ଷୀଣକାଳୀ ମନ୍ଦିରର ଜନ୍ମ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃରେ ମା’ ଦକ୍ଷୀଣକାଳୀଙ୍କୁ ସ୍ନାନ କରାଯାଇ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯିବା ସହ ହୋମଯଜ୍ଞ କରାଯାଇଥିଲା । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦ୍ୱାରା ଏକ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳା ମନ୍ଦିର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ରୋହିତ ପାତ୍ର, ପୁର୍ଣ୍ଣୀମା ଦାଶ, ପ୍ରିୟଙ୍କା ପତି, ପୂର୍ଣ୍ଣୀମା ରଣା ପ୍ରମୁଖ ଯୋଗଦେଇ ବିଭିନ୍ନ ଭକ୍ତିସଂଗୀତ ସୁଲଳିତ କଣ୍ଠରେ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ବାଦ୍ୟଯନ୍ତ୍ରରେ ହିମାଂଶୁଶେଖର କର, ବୋନସ ମଲିକ, ରାକେଶ ଦାସ ସହାୟତା କରିଥିଲେ । ବିଶିଷ୍ଟ ସମ୍ବକାର ଡଃ. ସର୍ବେଶ୍ୱର ସେଣ ଓ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଜୀନତପ୍ରିୟଦର୍ଶିନୀ ରାଉତ ଅତିଥର ଭାବେ ଯୋଗଦେଇ ମନ୍ଦିର କମିଟି ପକ୍ଷରୁ ରୋହିତ ପାତ୍ର, ପ୍ରିୟଙ୍କା ପତି ଓ ପୂର୍ଣ୍ଣୀମା ଦାଶଙ୍କୁ ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କେନ୍ଦ୍ରାପଡା ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରାୟ ୩ହଜାରରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମନ୍ଦିର କମିଟି ସଭାପତି ଯୁଗଳ କିଶୋର ଦାସ, ସମ୍ପାଦକ ଶିବ ପ୍ରସାଦ ଦାସ, ସଂଯୋଜକ ଶକ୍ତି ପ୍ରସାଦ ମହାନ୍ତି, ସରପଞ୍ଚ ନିଳାମ୍ବର ମଲିକ, ବିମଳା କାନ୍ତ ଚୈାଧୁରୀ, ଶ୍ରୀଧର ମହାନ୍ତି, ସୁନାକର ରାଉତ, ଅରବିନ୍ଦ ମହାନ୍ତି, ସୁଶାନ୍ତ କୁମାର ଦାସ, ନିମାଇ ଚରଣ ମହାନ୍ତି, ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ମଲିକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।


