ଭରତପୁର ପଂଚାୟତରେ ଗ୍ରାମୀଣ ପାଠାଗାର ଓ ପାର୍କର ଉଦଘାଟନ ଉତ୍ସବ

କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତରେ ରବିବାର ଅପରାହ୍ନରେ ଏକ ଗ୍ରାମୀଣ ପାଠାଗାରର ନୂତନ ଗୃହ ଓ ଏକ ନୂତନ ପାର୍କର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଓ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମେହେନ୍ଦିପୁର ସ୍ଥିତ ପଂଚାୟତ କାର୍ଯ୍ୟାଳୟ ସନ୍ନିକଟରେ ନୂତନ ପାର୍କର ଉଦଘାଟନ କରିଥିବା ବେଳେ ଭରତପୁର ଗ୍ରାମରେ ଗ୍ରାମ୍ୟ ପାଠାଗାରର ନୂତନ ଗୃହକୁ ଫିତାକାଟି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡିଓ ସୁଧର କୁମାର ସିଂ, ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ, ସମିତିିସଭ୍ୟ ହେମନ୍ତ ବିଶ୍ୱାଳ, ଚକ୍ରୋଡା ପଂଚାୟତ ସରପଂଚ ବସନ୍ତ କୁମାର ରାଉତ ଓ ସମିତିସଭ୍ୟ ଶିବ ପ୍ରସାଦ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ଶିକ୍ଷାବୀତ ଦିବାକର ଜେନା, ନାୟବ ସରପଂଚ ମମତା ମଞ୍ଜରୀ ଦାସ, ସୁନାକର ରାଉତ, ଧିରେନ୍ଦ୍ର କୁମାର ଦାସ, ଶକ୍ତିକାନ୍ତ ମହାନ୍ତି, ଶାରଦା ପ୍ରସାଦ ରାଉତ, ଭ୍ରମରବର ସ୍ୱାଇଁ, ଶରତ କୁମାର ସାମଲ, ଗୋପାଳ ଚରଣ ଦାସ, ସୁବୋଧ କୁମାର ଦାସ, ସତ୍ୟପ୍ରିୟ ଦାସ, ଦୈତାରୀ ଜେନା, ଅକ୍ଷୟ କୁମାର ମନ୍ତ୍ରୀ, ଭଞ୍ଜ କିଶୋର ମଲ୍ଲିକ, ଅକ୍ଷୟ କୁମାର ମଲ୍ଲିକ, ଶଶିକାନ୍ତ ମଲ୍ଲିକ, କଲ୍ୟାଣୀ ମହା ମଣ୍ଡଳର ସମ୍ପାଦିକା ରାଜଲକ୍ଷ୍ମୀ ପଣ୍ଡା, ଲୋଭାରାଣୀ ସେଠୀ, ଶୈଳବାଳା ସାମଲ, ଏମବିକେ ନିବେଦିତା ସ୍ୱାଇଁ ଓ କର୍ମକର୍ତ୍ତାଙ୍କ ସମେତ ସମସ୍ତ ୱାର୍ଡସଭ୍ୟସଭ୍ୟା ଓ ପଂଚାୟତବାସୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ