ଭରତପୁର ପଞ୍ଚାୟତରେ ନୂତନ ଜି.ଆର.ଏସ.ଙ୍କ ଯୋଗଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମ ପଞ୍ଚାୟତରେ ନୂତନ ଗ୍ରାମରୋଜଗାର ସେବକ ଭାବେ ଲିପିକା ଅଗ୍ନିହୋତ୍ରୀ ଶୁକ୍ରବାର ଯୋଗଦେଇଛନ୍ତି । ପଞ୍ଚାୟତର ସରପଞ୍ଚ ଜୀନତପ୍ରିୟଦର୍ଶିନୀ ରାଉତଙ୍କୁ ସେ ଯୋଗଦାନ ରିପୋର୍ଟ ପ୍ରଦାନ କରିଛନ୍ତି । ଭରତପୁର ପଞ୍ଚାୟତରେ ଜି.ଆର.ଏସ. ଥିବା କ୍ଷଣପ୍ରଭା ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଥିବା ବେଳେ ତାଙ୍କୁ ଏଠାରୁ ଭାରମୁକ୍ତ କରିଦିଆଯାଇଛି । କ୍ଷଣପ୍ରଭାଙ୍କ ସ୍ଥାନରେ ଲିପିକା ଯୋଗଦେଇଛନ୍ତି । ସରପଞ୍ଚ ଶ୍ରୀମତୀ ରାଉତ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ କୁମାର ଜେନା ନୂତନ ଗ୍ରାମରୋଜଗାର ସେବକ(ଜି.ଆର.ଏସ.)ଙ୍କୁ ପଞ୍ଚାୟତର କାର୍ଯ୍ୟ ସଠିକ ସମୟରେ କରିବା ଓ ପଞ୍ଚାୟତକୁ ଆସୁଥିବା ଲୋକମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।