ଭରତପୁର ପଞ୍ଚାୟତରେ ଶୀତଳଭଣ୍ଡାର ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାତରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ପଞ୍ଚାୟତର ସରପଞ୍ଚ ଜୀନତପ୍ରିୟଦର୍ଶିନୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭରତପୁର ଗ୍ରାମରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ସେହି ପରିସରରେ ପ୍ରତିଷ୍ଠା କରାଯାଇଥିବା ସୈାରଶକ୍ତି ଚାଳିତ କ୍ଷୁ୍‌ଦ୍ର ଶୀତଳ ଭଣ୍ଡାରକୁ ଉଦଯାଟନ କରିଥିଲେ । ଏହାପରେ ଭରତପୁର ପଞ୍ଚାୟତ ଭବନ ଏବଂ ସେହି ପରିସରରେ ଖୋଲାଯାଇଥିବା ସମ୍ବଲପୁରୀ ବସ୍ତ୍ର ସିଲେଇ କେନ୍ଦ୍ରର ଶୁଭ ଉଦଯାଟନ କରିଥିଲେ । ପରେ ମେହେନ୍ଦିପୁର ଗ୍ରାମରେ ଏକ ଗ୍ରାମୀଣ ପାଠାଗାରକୁ ମଧ୍ୟ ଉଦଘାଟନ କରିଥିଲେ ବିଧାୟକ ଶ୍ରୀ ବେହେରା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ, ଅତିରିକ୍ତ ବିଡିଓ ଅନିରୁଦ୍ଧ ବେହେରା, ମିଶନଶକ୍ତିର ଆଦିତ୍ୟ ଲେଙ୍କା, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ନବ କିଶୋର ଦାସ,କଲ୍ୟାଣୀ ମହା ମଣ୍ଡଳର ସଭାନେତ୍ରୀ ପ୍ରତିଭାମଞ୍ଜରୀ ମଲ୍ଲ, ସମ୍ପାଦିକା ରାଜଲକ୍ଷ୍ମୀ ପଣ୍ଡା, ଶ୍ୟାମସୁନ୍ଦରପୁର, ଚକ୍ରୋଡା ଓ ବଗଡା ଗ୍ରାମପଞ୍ଚାୟତ ମିଶନଶକ୍ତିର ସଦସ୍ୟା, ଯୁବନେତା ଶାରଦା ପ୍ରସନ୍ନ ରାଉତ, ବିମଳାକାନ୍ତ ଚୈାଧୁରୀ, ସୁବୋଧ ଦାସ, ସତ୍ୟପ୍ରିୟ ଦାସ, ଅରବିନ୍ଦ ମହାନ୍ତି, ଶ୍ରୀଧର ମହାନ୍ତିଙ୍କ ସମେତ ପଞ୍ଚାୟତର ସବୁ ମହିଳା ମଣ୍ଡଳର ସଦସ୍ୟା ଓ ମନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ