ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଭାବେ ବସନ୍ତ ରାଉତ ନିଦ୍ୱର୍ନ୍ଦରେ ନିର୍ବାଚିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଭାବେ ବୁଧବାର ବସନ୍ତ କୁମାର ରାଉତ ନିଦ୍ୱର୍ର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସମିତିର ସଭାପତି ପଦ ନିମନ୍ତେ ଶ୍ରୀ ରାଉତ ଏକମାତ୍ର ପ୍ରାର୍ଥୀ ଭାବେ ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ଦାସଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କୈାଣସି ପ୍ରାର୍ଥୀ ସଭାପତି ପଦ ନିମନ୍ତେ ନାମାଙ୍କନ ଦାଖଲ କରିନଥିବାରୁ ନିର୍ବାଚନ ଅଧିକାରୀ ବସନ୍ତ କୁମାର ରାଉତଙ୍କୁ ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ଏହି ସମିତିର ୧୫ଜଣ ନିର୍ଦେଶକ ପୂର୍ବରୁ ନିର୍ବାଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ବସନ୍ତ କୁମାର ରାଉତ, ଶାରଦା ପ୍ରସନ୍ନ ରାଉତ, ଅର୍ଚ୍ଚନା ନାୟକ ଓ ବିଶ୍ୱଜିତ ସାମଲ ପ୍ରମୁଖ ୪ଜଣ ନିର୍ଦେଶକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ସମିତିର ନବ ନିର୍ବାଚିତ ନିର୍ଦେଶକ ଶ୍ରୀଧର ସାମଲ, ଅଗସ୍ତି ସେଣ, ପ୍ରସନ୍ନ ମଲିକ, ତୁଳସୀ ସେଠୀ, ମନୋରମା ସ୍ୱାଇଁ, ଅକ୍ଷୟ କୁମାର ମନ୍ତ୍ରୀ, ମମତା ଜେନା, କିଶୋର ଚନ୍ଦ୍ର ଜେନା, ସନ୍ତୋଷ କୁମାର ଦାସ, ଗୈାରାଙ୍ଗ ଲେଙ୍କା, ଜ୍ଞାନ ପ୍ରସନ୍ନ ରାଉତଙ୍କ ସମେତ ସମିତିର ସମ୍ପାଦକ ସୁବୋଧ କୁମାର ଲେଙ୍କା, କର୍ମଚାରୀ ଜଗନ୍ନାଥ ସେଣ, ଶାରଦା ପ୍ରସନ୍ନ ରାଉତ, ଧନେଶ୍ୱର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ