ପ୍ରାଥମିକ କୃଷି ସମବାୟ ସମିତି ଉପସଭାପତି ହେଲେ ମମତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ଉପସଭାପତି ଭାବେ ମମତା ଜେନା ନିଦ୍ୱର୍ର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସମିତିର ଉପସଭାପତି ପଦ ନିମନ୍ତେ ଶ୍ରୀମତୀ ଜେନା ଏକମାତ୍ର ପ୍ରାର୍ଥୀନୀ ଭାବେ ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ଦାସଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କୈାଣସି ପ୍ରାର୍ଥୀ ଉପସଭାପତି ପଦ ନିମନ୍ତେ ନାମାଙ୍କନ ଦାଖଲ କରିନଥିବାରୁ ନିର୍ବାଚନ ଅଧିକାରୀ ମମତା ଜେନାଙ୍କୁ ଉପସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ସମିତି ସଭାପତି ବସନ୍ତ କୁମାର ରାଉତ ନିର୍ଦେଶକ ଅଗସ୍ତି ସେଣ, ପ୍ରସନ୍ନ ମଲିକ, ସନ୍ତୋଷ କୁମାର ଦାସଙ୍କ ସମେତ ସମିତିର ସମ୍ପାଦକ ସୁବୋଧ କୁମାର ଲେଙ୍କା, କର୍ମଚାରୀ ଜଗନ୍ନାଥ ସେଣ, ଶାରଦା ପ୍ରସନ୍ନ ରାଉତ, ଧନେଶ୍ୱର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।