ଭରତପୁର ଶ୍ୟାମକାଳୀ ମନ୍ଦିରର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ ଶ୍ୟାମକାଳୀଙ୍କ ବାର୍ଷିକ ଉତ୍ସବ ଓ ଦୀପାବଳୀ ପର୍ବ କୋଭିଡ ନିୟମ ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି । ଭରତପୁର ତଥା ଆଖପାଖ ଗ୍ରାମର ଭକ୍ତ ଓ ଶ୍ରଦ୍ଧାଳୁମାନେ ଏଥିରେ ଯୋଗଦେଇ ମା’ ଶ୍ୟାକମାଳୀଙ୍କ ଆଶୀର୍ବାଦ ଓ କୃପା ଭିକ୍ଷା କରିଥିଲେ । ଏହି ଅବସରରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସଂଗଠନ ବାଗ୍ଦେବୀ କଳାମନ୍ଦିର ପକ୍ଷରୁ ଏକ ମନୋଜ୍ଞ ଭଜନ ସଂନ୍ଧ୍ୟାର ଆୟୋଜନ କରାଯାଇଥିଲା । ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ପରିଚାଳନା ଓ ସଂଯୋଜନାରେ କଣ୍ଠଶିଳ୍ପୀ ନୃସିଂହ ନନ୍ଦ, ରଞ୍ଜନ ବେହୁରା, ପ୍ରଦ୍ୟୁମ୍ନ ଜେନା, ଶ୍ରୀନାଥ ଦଳାଇ, ଆର୍ତ୍ତବନ୍ଧୁ ଜେନା, ପ୍ରଶାନ୍ତ ମହାରଣା, ସୁଧିର ମହାନ୍ତି, ହରପ୍ରିୟା ରାଉତ, ଶୁଭଶ୍ରୀ ମହାନ୍ତି ପ୍ରମୁଖ ଯୋଗଦେଇ ଭଜନ ପରିବେଷଣ କରିଥିଲେ । ମନ୍ଦିର ପରିଚାଳନା କମିଟିର ସଦସ୍ୟ ଶକ୍ତି ପ୍ରସାଦ ମହାନ୍ତି, ଶିବ ପ୍ରସାଦ ଦାସ, ପ୍ରବୋଧ କୁମାର ଦାସ, ବିଜୟ କୁମାର ଦାସ, ସୁଶାନ୍ତ କୁମାର ଦାସ, ଭରତପୁର ସରପଞ୍ଚ ଜୀନତ ପ୍ରିୟଦର୍ଶିନୀ ରାଉତ, ସମିତି ସଭ୍ୟ ହେମନ୍ତ ବିଶ୍ୱାଳ, ଶାରଦା ପ୍ରସନ୍ନ ରାଉତ, ଶ୍ରୀଧର ମହାନ୍ତି, ବିମଳାକାନ୍ତ ଚୈାଧୁରୀ ଓ ଶ୍ରୀଚରଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


