ଭରସା ଓ ଇକୋ ୱାରିୟର ପକ୍ଷରୁ ବିଶ୍ଵ ବନ୍ୟପ୍ରାଣୀ ସଂରକ୍ଷଣ ଦିବସ ଓ ବେଳାଭୂମି ସଫେଇ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ” ଭରସା ” ଅନୁଷ୍ଠାନ,ଇକୋ ୱାରିୟର ,ମିଳିତ ଆନୁକୂଲ୍ୟରେ ” ବିଶ୍ୱ ବନ୍ୟପ୍ରାଣୀ ସଂରକ୍ଷଣ ଦିବସ” ଓ ସମୁଦ୍ର ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଟେଶ୍ୱର ସମୁଦ୍ରବେଳାଭୂମି ରେ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ଆଗାମୀ ଦିନରେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଦୃଷ୍ଟିରେ ରଖି ଅଲିଭ ରିଡିଲେଙ୍କ ସୁରକ୍ଷା ଓ ବେଳାଭୂମି ସଫେଇ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇକୋ କ୍ଳବରଜିଲ୍ଲା ସଂଯୋଜକ ଡ଼ଃ ଶଙ୍କର ନାରାୟଣ ବେଜ, ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ, ପରିବେଶବିତି ତଥା ସାମ୍ବାଦିକ ଅଶୋକକୁମାର ତ୍ରିପାଠୀ ଯୋଗଦେଇ ଆଜିର ଦିନରେ ବନ୍ୟା ପ୍ରାଣୀଙ୍କ ସୁରକ୍ଷା ବିଶେଷ କରି ଆମ ଅଞ୍ଚଳ ପାଇଁ ଗର୍ବ ବିଶ୍ୱ ପ୍ରସିଦ୍ଧ ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷା ଶପଥ ପାଠ କରାଇବା ସହ ବିରଳ କଇଁଛଙ୍କ ମିଳନପର୍ବ ଠାରୁ ଆରମ୍ବ କରି ଛୁଆହୋଇ ସମୁଦ୍ର ଯିବା ପର୍ଯ୍ୟନ୍ତ ତାର ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିବା ସହ ମୟୁର, ହରିଣ ମଧ୍ୟ ତାର ସୁରକ୍ଷା ନେଇ ସଚେତନତା କରାଇଥିଲେ l ପରେ ଅଲିଭ ରିଡିଲେଙ୍କ ଅଣ୍ଡା ଦାନ ସ୍ଥଳ ଋଷିକୂଲ୍ୟା ମୁହାଣ ଠାରୁ ବଟେଶ୍ୱର ସମୁଦ୍ର ବେଳାଭୂମି ପର୍ଯ୍ୟନ୍ତ ସଫେଇ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଭରସା ଅନୁଷ୍ଠାନର ସମ୍ପାଦକ ଦୁର୍ଗାମାଧବ ପାଣିଗ୍ରାହୀ,ବିନୋଦ ପଲେଇ,ସାମାରେଡ୍ଡୀ, ଲିଟୁ ଦାସ,ଦ ଇକୋ ୱାରିୟର- ଅଖିଳ ତରାଇ, ଗୁରୁନାଥ ରେଡ୍ଡୀ ଦୁର୍ଯ୍ୟଧନ ରେଡ୍ଡୀ,କରୁଣାକର ରେଡ୍ଡୀ, ପ୍ରଭାତ ବିଶ୍ୱାଳ, ସିମାଞ୍ଚଳ ଦାସ, ସମରେଶ ପ୍ରଧାନ,ତିରୁପତି ସାହୁ,ରବୀନ୍ଦ୍ର ପ୍ରଧାନ ,ପ୍ରଭାତ ସାହୁ ବନ କର୍ମଚାରୀ କ୍ରୀଷ୍ଣାରାଓ, ସମେତ ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ସାମିଲ ହୋଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ