ଭରସା ପରିବାର ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାର ପରିସରରେ ରାଜ୍ୟର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପକ୍ଷରୁ ସଂଗଠନ ର ମହିଳା ଶାଖା ସଭାନେତ୍ରୀ ମାଳତୀ ମହାନ୍ତ ଙ୍କ ଜନ୍ମଦିନ ଉପଲକ୍ଷେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ ଶିବିର କୁ ମୁଖ୍ୟଅତିଥି ରୂପେ ପାଞ୍ଚପିଢ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଉଦଘାଟନ କରିଥିଲେ ସମ୍ମାନିତ ଅତିଥି ରୂପେ କରଞ୍ଜିଆ ଓକିଲ ସଙ୍ଘ ସମ୍ପାଦକ ଦିବ୍ୟପ୍ରସାଦ ସାହୁ, ଭରସା ପରିବାର ର ରାଜ୍ୟ ସଭାପତି ପ୍ରତାପ କୁମାର ରାୟ, ଭରସା ପରିବାର ର ଉପଦେଷ୍ଟା ପଦ୍ମଲୋଚନ ନନ୍ଦ, ମହିଳା ସଭାନେତ୍ରୀ ମାଳତୀ ମହାନ୍ତ,ପ୍ରଣତି ମହାନ୍ତ,ଡମ୍ବୁରୁଧର ମହାନ୍ତ, ବିଜୟ କୁମାର ମହାନ୍ତ, ମନୋଜ କୁମାର ମହାନ୍ତ,ଜନ୍ମେଜୟ ମହାନ୍ତ, ଅନୁପମା କାରୁଆ ,ବୀଣାପାଣି ଗିରି, ସ୍ନିଗ୍ଧା ମହାନ୍ତ, , ସୁମନ୍ତ ମହାନ୍ତ,ପ୍ରମୁଖ ଉପସ୍ଥିତ ଥିଲେ ଡ଼ଃ ଗୌରାଙ୍ଗ ଚରଣ ନାୟକଙ୍କ ତତ୍ୱାବଧାନ ରେ ରକ୍ତଭଣ୍ଡାର ଫାର୍ମାସିଷ୍ଟ କପିଳେନ୍ଦ୍ର ରାଉତ, ରଜତ ମହାକୁଡ଼, ମାନସ ବାରିକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ଏହି ରକ୍ତଦାନ ଶିବିର ରେ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ଭରସା ପରିବାର ପକ୍ଷରୁ ସୂଚନା ମିଳିଛି ରକ୍ତଦାନ ଶିବିର ଅବସରରେ ସାମ୍ବାଦିକ ଦୀନେଶ ଦାସ, ଯୁବ ସାମ୍ବାଦିକ ଜିତେନ୍ଦ୍ର ରାଜ ଙ୍କ ସକ୍ରିୟ ସହଯୋଗ ନିମନ୍ତେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ,କରଞ୍ଜିଆ ଓକିଲ ସଙ୍ଘ ସମ୍ପାଦକ ଦିବ୍ୟପ୍ରସାଦ ସାହୁ, ଭରସାପରିବାର ସଭାନେତ୍ରୀ ମାଳତୀ ମହାନ୍ତ,ଭରସା ପରିବାର ର ରାଜ୍ୟ ସଭାପତି ପ୍ରତାପ କୁମାର ରାୟ ଉଭୟ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ