ଭରସା ପରିବାର ସାମାଜିକ ସଂଗଠନ ର ବନ୍ଧୁ ମିଳନ ତଥା ଆଲୋଚନା ସଭା ଅନୁଷ୍ଠିତ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :ବିଭିନ୍ନ ଡାକ୍ତରଖାନା ମାନଙ୍କରେ ରୋଗୀ ସମ୍ପର୍କୀୟ ଙ୍କ ପାଇଁ ରକ୍ତ ଯୋଗାଡ଼ ପାଇଁ ହେଉଥିବା ଅସୁବିଧା କୁ ଦୃଷ୍ଟିରେ ନିହାତି ଆବଶ୍ୟକ ରୋଗୀଙ୍କ ପାଇଁ ରକ୍ତ ଯୋଗାଡ଼ ପାଇଁ ତିଆରି ହୋଇଥିବା ଭରସା ପରିବାର ସାମାଜିକ ସଂଗଠନ ର ଏକ ବନ୍ଧୁ ମିଳନ ତଥା ଆଲୋଚନା ସଭା ସ୍ଥାନୀୟ ଶକ୍ତି ମନ୍ଦିର ଠାରେ ଅନୁଷ୍ଠିତ ହୋଇଛି । ଭରସା ପରିବାର ର ସଂଯୋଜକ ଡମ୍ବୁରୁଧର ମହାନ୍ତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଭରସା ପରିବାର ର ରାଜ୍ୟ ସଭାପତି ଲୋମ୍ବଧର ମହାନ୍ତ, ସାଂସଦ ପ୍ରତିନିଧି ଜିତେନ୍ଦ୍ର ରାଜ, ସାଧାରଣ ସମ୍ପାଦକ ଜୀବନ ରକ୍ଷା ପାଇଁ ଜୀବନ ରକ୍ଷା ପଦବୀ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଲାଲମୋହନ ମହାନ୍ତ, ସମାଜସେବୀ ସଚ୍ଚିଦାନନ୍ଦ ସାହୁ, କେନ୍ଦୁଝର ସଭାପତି ଯୁଧିଷ୍ଠିର ମହାନ୍ତ,ଅବସରପ୍ରାପ୍ତ ଶିକ୍ଷାବିତ ମନମୋହନ ମହାନ୍ତ, ମୟୁରଭଞ୍ଜ ଜିଲ୍ଲା ସଭାପତି ବୁଧୁରାମ ମହାନ୍ତ, ସମାଜସେବୀ ବିଜୟ ମହାନ୍ତ, କରଞ୍ଜିଆ ସଭାପତି ସୁମନ୍ତ ମହାନ୍ତ, ଗତ ତିନିମାସ ପୂର୍ବରୁ ରେ ଆରମ୍ଭ ହୋଇ ବର୍ତମାନ ସୁଦ୍ଧା ୫୭ ୟୁନିଟ ରକ୍ତ ରାଜ୍ୟ ର ବିଭିନ୍ନ ଡାକ୍ତରଖାନା ମାନଙ୍କରେ ପ୍ରଦାନ କରାଯାଇଛି । ରୋଗୀ ସମ୍ପର୍କୀୟ ଙ୍କ ପାଇଁ ରକ୍ତ ଯୋଗାଡ଼ ପାଇଁ ହେଉଥିବା ଅସୁବିଧା କୁ ଦୃଷ୍ଟିରେ ନିହାତି ଆବଶ୍ୟକ ରୋଗୀଙ୍କ ପାଇଁ ରକ୍ତ ଯୋଗାଡ଼ ପାଇଁ ତିନିମାସ ପୂର୍ବରୁ ସମାଜସେବୀ ବିଜୟ ମହାନ୍ତ,ଯୁଧିଷ୍ଠିର ମହାନ୍ତ,ଲୋମ୍ବଧର ମହାନ୍ତ, ସୁମନ୍ତ ମହାନ୍ତ,ଜନନୀ ମହାନ୍ତ,ଡମ୍ବୁରୁଧର ମହାନ୍ତ ପ୍ରମୁଖ ଏହି ଅନୁଷ୍ଠାନ ଗଠନ କରିଥିଲେ । ଉପସ୍ଥିତ ଅତିଥିମାନେ ଆଗକୁ କିଭଳି ସଂଗଠନ କୁ ଆଗକୁ ନିଆଯିବ ଏବଂ ଅନ୍ୟାନ୍ୟ ବିଷୟରେ ଉପସ୍ଥିତ ସଭ୍ୟଙ୍କୁ ଦିଗଦର୍ଶନ ଦେଇଥଲେ ଏହାପରେ ଭରସା ପରିବାର ର ଟି ଶାର୍ଟ କୁ ନିମନ୍ତ୍ରିତ ଅତିଥି ମାନେ ଉନ୍ମଚନ କରିଥିଲେ । ସର୍ବସମ୍ମତ୍ତ କ୍ରମେ ଭରସା ପରିବାର ର ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଭାବେ ଜିତେନ୍ଦ୍ର ରାଜ, ସଚ୍ଚିଦାନନ୍ଦ ସାହୁ, ଦୀନକୃଷ୍ଣ ସାହୁ, ରାଜ୍ୟ ସହ ସଂଯୋଜକ ଭାବେ ସତ୍ୟନାରାୟଣ ମାଝୀ, ଛାତ୍ର ସଂଯୋଜକ ଭାବେ ଯୁଧିଷ୍ଠିର ମହାନ୍ତ, ପାଞ୍ଚପିଢ଼ ସଭାପତି ଭାବେ ସୁମନ୍ତ କୁମାର ମହାନ୍ତ, ଉପସଭାପତି ଭାବେ ରଞ୍ଜନ କୁମାର ମହାନ୍ତ, କରଞ୍ଜିଆ ନଗର ସଂଯୋଜିକା ଭାବେ ରଞ୍ଜନା ମହାନ୍ତ, କରଞ୍ଜିଆ ବ୍ଲକ ସଂଯୋଜିକା ଭାବେ ମାଳତୀ ମହାନ୍ତ, କେନ୍ଦୁଝର ଜିଲ୍ଲା ଉପସଭାପତି ଭାବେ ତପନ କୁମାର ମହାନ୍ତ, ସାହାରପଡା ବ୍ଲକ ସଂଯୋଜକ ଭାବେ ହୃଷିକେଶ ମହାନ୍ତ ଙ୍କୁ ଚୟନ କରଗଲା ସଭା ଶେଷରେ ପ୍ରତିଷ୍ଠାତା ସଭ୍ୟ ବିଜୟ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ସମୟରେ ରାଜ୍ୟର ଅନ୍ୟ ଅଞ୍ଚଳ ରେ ମଧ୍ୟ ସଂଗଠନ ର କାର୍ଯ୍ୟକ୍ରମ କୁ ଆଗେଇ ନିଆଯିବ ବୋଲି ସଂଗଠନ ର ସଭାପତି ଲୋମ୍ବଧର ମହାନ୍ତ ସୂଚନା ଦେଇଛନ୍ତି ।