ଭରସା ପରିବାର ସାମାଜିକ ସଂଗଠନ କୁ ମିଳିଲା “କର୍ମବୀର ସଂମ୍ମାନ”
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ଗତ ଗୁରୁବାର ଦିନ ବାଲେଶ୍ୱର ଜିଲ୍ଲା ବାଲିଆପାଳ ସ୍ଥିତ ରେମୁଁ ପଞ୍ଚାୟତ ପଡିଆ ଠାରେ ସର୍ବ ମଙ୍ଗଳମ ସସ୍ଥାପନା ସଂଗଠନ ତରଫରୁ ବିଶ୍ଵ ଶାନ୍ତି ମହାଯଜ୍ଞ ଅବସରରେ ଓଡ଼ିଶାର ବିଭିନ୍ନ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ଵେଚ୍ଛାସେବୀ ସଂଗଠନ ଭରସା ପରିବାର କୁ ଯୋଗ୍ୟ ବିବେଚିତ କରି ନିଜର ବାର୍ଷିକ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ ରେ କର୍ମବୀର ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସମାଜ ସେବୀ ସଙ୍ଗଠନ ଓଡ଼ିଶା ର ସଭାପତି ତଥା ସର୍ବ ମଙ୍ଗଲମ୍ ସଂସ୍ଥାପନ ସଂଗଠନ ର ପ୍ରତିଷ୍ଠାତା ଶ୍ରୀ ଯୁକ୍ତ ସୁଜୟ ଦଣ୍ଡପାଟ, ସମ୍ମାନିତ ଅତିଥି ରୂପେ ଜ୍ୟୋତିର୍ବିଦ ତଥା ଆବହାକ ରାଜ୍ୟ ସମାଜ ସେବୀ ସଙ୍ଗଠନ ଓଡ଼ିଶା ଶ୍ରୀ ଯୁକ୍ତ ନରୋତ୍ତମ ଦାସ, ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଶ୍ରୀ ପତି ଆଚାର୍ଯ୍ୟ ଯୋଗ ଦେଇ ଥିଲେ ।ଭରସା ପରିବାର ତରଫରୁ ସଂଯୋଜକ ଡମ୍ବରୁଧର ମହାନ୍ତ ପୁରସ୍କାର ଗ୍ରହଣ କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ ସ୍ଵେଚ୍ଛାସେବୀ ସଂଗଠନ ଭରସା ପରିବାର ଆବଶ୍ୟକ ହେଉଥିବା ରକ୍ତ ସିଧାସଳଖ ରୋଗୀଙ୍କୁ ପ୍ରଦାନ କରୁଛି ବିଗତ ତିନିମାସ ମଧ୍ୟରେ ସଂଗଠନ ପକ୍ଷରୁ ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲା ସହିତ କଟକ, ଭୁବେନେଶ୍ୱର ରେ ରୋଗୀଙ୍କୁ ୧୫0 ୟୁନିଟ ରକ୍ତ ସଂଗଠନ ର ସ୍ଵେଛାସେବୀ ମାନେ ପ୍ରଦାନ କରିଛନ୍ତି । ଏହି ପୁରସ୍କାର ପାଇବାପରେ ସଂଗଠନ ପକ୍ଷରୁ ଏହା ସଂଗଠନ ର ସମସ୍ତ ସଭ୍ୟ ଙ୍କ ଅତୁଳନୀୟ ଅବଦାନ ପାଇଁ ଏହି ସମ୍ମାନ ମିଳିପାରିଛି ଏହାଦ୍ୱାରା ସଂଗଠନ ର ମନୋବଳ ବୃଦ୍ଧି ହୋଇ ଆଗକୁ ଆହୁରି ଦୃଢତାର ସହିତ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ସଂଗଠନ ତରଫରୁ ସୂଚନା ଦିଆଯାଇଛି ।