ଭର୍ଚୁଆଲ ମୋଡ୍‌ରେ ରିଫ୍ରେସର ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଜାତୀୟ କାର୍ଯ୍ୟାଳୟ, ନୂଆଦିଲ୍ଲୀ ଆନୁକୂଲ୍ୟରେ ଏକ ରିଫ୍ରେସର ଶିବିର ଭର୍ଚୁଆଲ ମୋଡ୍‌ରେ ଆୟୋଜନ କରାଯାଇଥିଲା । ପ୍ରାୟ ବିଭିନ୍ନ ରାଜ୍ୟରୁ ଶତାଧିକ ସ୍କାଉଟ ଗାଇଡ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମୟରେ ଅନେକ ଏହାକୁ ୟୁଟୁବ୍ ମାଧ୍ୟମରେ ଦେଖିଥିଲେ । ପ୍ରତି ରବିବାର ଦିନ ୧୧ଘଟିକା ସମୟରେ ଏହି ଶିବିରକୁ ପର୍ଯ୍ୟାୟକ୍ରମେ କରାଯିବା ପାଇଁ ସ୍ଥିର କରାଯାଇଅଛି । ଏହି ଶିବିରରେ ଭାରତ ସ୍କାଉଟ ଏବଂ ଗାଇଡ୍‌ର ଜାତୀୟ ନିର୍ଦ୍ଦେଶକ ଶ୍ରୀ ରାଜକୁମାର କୌଶିକ, ପୂର୍ବାଚଂଳର ସହ ନିର୍ଦ୍ଦେଶକ ଶ୍ରୀ ବବ୍‌ଲୁ ଗୋସ୍ୱାମୀ, ରାଜ୍ୟ ସଂଗଠନ କମିଶନର (ଗାଇଡ୍‌) ଏବଂ ଆଡିମିନି ଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସଙ୍କ ସମେତ ଜାତୀୟ ତଥା ରାଜ୍ୟ ସ୍ତରର ଅନେକ କର୍ମକର୍ତା ଯୋଗଦେଇଥିଲେ । ସ୍କାଉଟ ଗାଇଡ୍ ପ୍ରାର୍ଥନା ସହ ଆରମ୍ଭ ହୋଇଥିବା ଏହି ଶିବିରରେ ସ୍କାଉଟ ଗାଇଡ୍‌ର ମୌଳିକ ନିୟମ ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ବିହାରର ବେଜ୍‌ନାଥ ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ