ଭଲିବଲ ଟୁର୍ଣ୍ଣାମେଣ୍ଟ ଲାଗି ପ୍ରସ୍ତୁତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଆସନ୍ତା ୨୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ସନରାଇଜର୍ସ ସ୍ପୋର୍ଟସ କ୍ଲବ ପକ୍ଷରୁ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିଲାଗି ଆଜି ଏକ ପ୍ରସ୍ତୁତି ବୈଠକ ଛତ୍ରପୁର ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଏଲ. ଶ୍ରିନିବାସ ରାଓ, ଋଜନୀକାନ୍ତ ପଟ୍ଟନାୟକ, ସମୀର କୁମାର ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପାତ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ସୁବାଷ ସେଠୀ, ଇ. ନରେଶ କୁମାର ଦୋରା, ଇ. ସୁଧାକର ଦୋରାଙ୍କ ସମେତ ଅନୁଷ୍ଠାନର ବହୁ ସଭ୍ୟ ମାନେ ଉପସ୍ଥିତ ରହି ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ସଫଳ କରିବା ପାଇଁ ନିଜ ନିଜ ମତ ଉପସ୍ଥାପନ କରିଥିଲେ ।