ଭଲ ସମୟ ଆସିବାର ସଙ୍କେତ

ଜୀବନରେ ସମସ୍ତେ ସଫଳତା ପାଇବାକୁ ଚାହାନ୍ତି । ସେଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି । କିନ୍ତୁ ଜରୁରୀ ନୁହେଁ ଯେ ଯେଉଁମାନେ ପରିଶ୍ରମ କରନ୍ତି ସେମାନଙ୍କୁ ହିଁ କେବଳ ସଫଳତା ମିଳିଥାଏ । ଅନେକ ଲୋକ କଠିନ ପରିଶ୍ରମ କଲା ପରେ ମଧ୍ୟ ସଫଳ ହୋଇପାରନ୍ତି ନାହିଁ । ଆଉ କିଛି ଲୋକ ଏପରି ଥାନ୍ତି ଯେଉଁମାନେ ବିନା ପରିଶ୍ରମରେ ସଫଳତା ପାଇଥାନ୍ତି । ଆଜି ଯଦି କାହାର ଖରାପ ସମୟ ଚାଲିଛି, କାଲି ତା’ର ଭଲ ସମୟ ଚାଲିବ । ମଣିଷ ଜୀବନରେ ଯେତେବେଳେ ବି ଭଲ ଦିନ ଆସିବାକୁ ଥାଏ ବା କିଛି ନା କିଛି ସଫଳତା ମିଳିବାକୁ ଥାଏ, ତାହାର ସଙ୍କେତ ଭଗବାନ ପୂର୍ବରୁ ହିଁ ଦେଇଥାନ୍ତି । ଏହି ସଙ୍କେତଗୁଡ଼ିକୁ ଆମେ ସହଜରେ ଜାଣିପାରୁନା । ତେବେ ଆଜି ଆମେ ଆପଣଙ୍କୁ ଏହି ସବୁ ସଙ୍କେତ ବିଷୟରେ ଜଣାଇବୁ ।
ଅନେକ ଲୋକଙ୍କୁ ସକାଳୁ ଉଠି ଆଇନା ଦେଖିବାକୁ ଭଲ ଲାଗେ । ଯଦି ସକାଳୁ ଉଠିଲା ପରେ ଆପଣଙ୍କ ଚେହେରାରେ ଚମକ, ଉଜ୍ଜ୍ୱଳତା, ଆତ୍ମବିଶ୍ୱାସ ଦେଖାଦିଏ, ତେବେ ବୁଝିଯାଆନ୍ତୁ ଯେ ବହୁତ ଶୀଘ୍ର ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଯାଉଛି । ଆପଣଙ୍କ ଖରାପ ସମୟ ଆପଣଙ୍କଠାରୁ ବହୁତ ଶୀଘ୍ର ବିଦାୟ ନେବାକୁ ଯାଉଛି ।
ଅନେକ ସମୟରେ ଆମକୁ ପଶୁପକ୍ଷୀଙ୍କ ମାଧ୍ୟମରେ ଭଲ ସମୟ ଆଗମନର ସଙ୍କେତ ମିଳିଥାଏ । ଯଦି ଆପଣଙ୍କ ଘରେ ବିଲେଇ ଛୁଆ ଜନ୍ମ ଦେଇଛି ତେବେ ଏହା ଶୁଭ ସଙ୍କେତ । ଯଦି କୌଣସି ମାଙ୍କଡ଼ ଆମ୍ବ ଖାଇ ଟାକୁଆକୁ ଆପଣଙ୍କ ଘରେ ଫୋପାଡ଼େ ତେବେ ଏହା ମଧ୍ୟ ଶୁଭ ହୋଇଥାଏ ।
ଯଦି ଆପଣଙ୍କ ଶରୀରର ବିଭିନ୍ନ ଅଙ୍ଗ ଥରିବାକୁ ଲାଗୁଛି, ତେବେ ବୁଝିଯାଆନ୍ତୁ ଯେ ଭଗବାନ ଆପଣଙ୍କୁ ଶୁଭ ସଙ୍କେତ ଦେଉଛନ୍ତି । ବହୁତ ଶୀଘ୍ର ଆପଣଙ୍କ ଭାଗ୍ୟୋଦୟ ହେବାକୁ ଯାଉଛି ।
ଯଦି ଆପଣଙ୍କର ଆଶ୍ଚର୍ଯ୍ୟଜନକ ଭାବେ ଖର୍ଚ୍ଚ ବଢ଼ିବାରେ ଲାଗିଛି ଓ ଲଗାତର ଖର୍ଚ୍ଚ ହେବା ପରେ ପୁଣି ପକେଟରେ ଟଙ୍କା ଆସୁଛି, ତେବେ ଜାଣନ୍ତୁ ଯେ ଈଶ୍ୱର ଆପଣଙ୍କୁ ସଙ୍କେତ ଦେଉଛନ୍ତି ଯେ ଏବେଠାରୁ ଆପଣଙ୍କର କେବଳ ଭଲ ସମୟ ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ