ଭାଇବୋହୂକୁ ଅସଦାଚରଣ ମାମଲାରେ ଦେଢ଼ଶୁରକୁ ଜେଲ
ଦିଗପହଣ୍ଡି, (ଓ୍ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଭିଷ୍ମଗିରି ଗାଁରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟାକୁ କେନ୍ଦ୍ରକରି ଇ. ସିମାଞ୍ଚଳ ପାତ୍ର ତାଙ୍କ ଭାଇବୋହୂକୁ ଅସଦାଚରଣ ସହ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛନ୍ତି।ଅଭିଯୁକ୍ତ ଦେଢ଼ଶୁର ସିମାଞ୍ଚଳ ଙ୍କୁ ଥାନା ମାମଲା ନଂ. ୧୦୩/୨୦ ଦଫା – ୨୯୪/୩୨୩/୩୨୪/୩୫୪/୫୦୬/୩୪ ଆଇ ପି ସି ଅନୁଯାୟୀ କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଘଟଣାରୁ ପ୍ରକାଶ ଯେ, ଗତ ୧ ତାରିଖ ପୂର୍ବାହ୍ନ ପ୍ରାୟ ୧୦ ଟାରେ ଅଭିଯୁକ୍ତ ସିମାଞ୍ଚଳ ତାଙ୍କ ଭାଇ ଦିଲୀପKକୁ ଆକ୍ରମଣ କରିଥିଲେ।ପାଟି ଶୁଣି ସାନଭାଇ ପ୍ରଦୀପ ଦୋୖଡି ଯାଇ ଛଡାଇବାରୁ ସିମାଞ୍ଚଳ ଏକ କାତି ଧରି ତାଙ୍କ ବେକକୁ ଚୋଟ ପକାଇବା ବେଳେ ସେ କାତି ଟିକୁ ଛଡାଇ ଦେବାରୁ ସିମାଞ୍ଚଳ ସାନଭାଇ ପ୍ରଦୀପଙ୍କ ହାତକୁ କାମୁଡି ଦେଇଥିଲେ।ଭାଇବୋହୂ ଘଟଣା ସ୍ଥଳକୁ ଯାଇ ପ୍ରତିବାଦ କରିବାରୁ ତାଙ୍କୁ ଅଭିଯୁକ୍ତ ସିମାଞ୍ଚଳ ଅସଦାଚରଣ କରିବାସହ ଆକ୍ରମଣ କରିଥିଲେ। ଭାଇ ବୋହୁଙ୍କ ଏତଲା କ୍ରମେ ଅଭିଯୁକ୍ତ ଦେଢ଼ଶୁର ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା।


