ଭାଇର କୁରାଢି ଚୋଟରେ ଭାଇର ମୃତ୍ୟୁ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅର୍ନ୍ତଗତ ଖଲିଙ୍ଗୀ ପଂଚାୟତ ବାସୁଦେବପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବଡ଼ ବାପା ଙ୍କ ପୁଅ ଭାଇର କୁରାଢି ଚୋଟରେ ସାନ ଦାଦା ଙ୍କ ପୁଅ ଭାଇର ମୃତ। ଘଟଣା ସ୍ଥଳରେ ପାଟପୁର ପୋଲିସ ପହଞ୍ଚି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ମାନେ ହେଲେ ପ୍ରକାଶ ପ୍ରଧାନ ଙ୍କ ତିନି ପୁଅ ସନ୍ତୋଷ ପ୍ରଧାନ ,ବୁଡୁ ପ୍ରଧାନ ,ମିଥୁନ ପ୍ରଧାନ ଙ୍କ ନାମର ହତ୍ୟା ମାମଲାରେ ୪୭୩/୨୩ ରୁଜୁ କରି କୋର୍ଟଚାଲାଣ କରିଛି ପାଟପୁର ପୋଲିସ।ଏନେଇ ମୃତ କୁଲୁ ପ୍ରଧାନ ର ବଡ଼ ଭାଇ ସନ୍ତୋଷ ପ୍ରଧାନ ପାଟପୁର ଥାନା ରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତି କରି ତଦନ୍ତ ଚାଲିଥିବା ସୂଚନା ମିଳିଛି। ଘଟଣା ପ୍ରକାରେ ଗତକାଲି ସନ୍ଧ୍ୟାରେ କଂସ ପ୍ରଧାନ ଙ୍କ ଦୁଇ ପୁଅ କୁଲୁ ପ୍ରଧାନ ସନ୍ତୋଷ ପ୍ରଧାନ ଙ୍କ ଘର କାମ ପାଇଁ ଇଟା ଆଣିଥିଲେ ଘର ଦାଣ୍ଡରେ ଇଟା ରଖିଲା ବେଳେ ପଡିଶା ବଡବାପା ଙ୍କ ଦାଣ୍ଡ ଆଡ଼କୁ ଇଟାଗଡି ଯାଇ ଗଲା ବଡବାପା ଙ୍କ ତିନି ପୁଅ ଘରୁ ଆସି ମୋଭାଇ କୁଲୁ ଏବଂ ମୋଷହିତ ଗଣ୍ଡଗୋଳ କରିଥିଲେ। ସାହି ର ଗାଁ ଲୋକ ଆସି ବୁଝା ସୁଝା କରିଥିଲେ। ସେତିକିରେ ସନ୍ତୁଷ୍ଟ ହୋଇନଥିଲେ । ପୁଣି ନିଲମ୍ୱିତରାତ୍ର ତିନିଭାଇ ଉତ୍ତ୍ୟକ୍ତ ହୋଇ ଲୁହା ରଡ, ପ୍ଲାଷ୍ଟିକ ପାଇପ, କୁରାଢି କାଠ ଫାଳିଆ ଧରି ମାରିବା ପାଇଁ ଧମକ ଦେଇ ଥିଲେ। ସନଦାଦା ଙ୍କଦୁଇ ଭାଇ ସନ୍ତୋଷ ପ୍ରଧାନ କୁଲୁ ପ୍ରଧାନ ଭୟଭୀତ ହୋଇ ଦୌଡ଼ି ପଳେଇବା ବେଳେ ବଡ଼ ବାପାଙ୍କ ପୁଅ ସନ୍ତୋଷ ପ୍ରଧାନ କୁରାଢି ରେ ମୁଣ୍ଡ ପଛ ପଟକୁ ଶକ୍ତ ଚୋଟ ମାରିବା ଫଳରେ ଘଟଣା ସ୍ଥଳରେ ମୋର ସାନ ଭାଇ ଟଳି ପଡ଼ିଥିବା ବେଳେ ଆଡପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଭର୍ତି କରିଥିଲେ ଉପସ୍ଥିତ ଡ଼ାକ୍ତର ମୃତ ଘୋଷଣା କରିଥିଲେ।। ଖବର ପାଇ ପୋଲିସ ପୋଲିସ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏବଂ ସଦଳେ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ମେଡ଼ିକାଲ ପଠାଇଛି। ଏ ନେଇ ଆଜି ସାଇଣ୍ଟଫିକ ଟିମ , ଆସିକା ଏସଡିପିଓ ଉମା ଶଙ୍କର ସିଂ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ଅଭିଯୁକ୍ତ ଙ୍କ ଘରୁ ମାରଣାସ୍ତ୍ର ଜବତ କରିଛି ପୋଲିସ। ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି