ଭାଇର ନ୍ୟାୟ ପାଇଁ ଏସ୍‌ପିଙ୍କୁ ଭେଟିଲେ ଭଉଣୀ

ମୋ ଭାଇକୁ ହତ୍ୟା କରାଯାଇଛି
ବାରିପଦା,(ମୁରାରୀ ମୋହନ ମହାପାତ୍ର): ଚଳିତ ମାସ ୧୩ ତାରିଖ ଭୋରୁ ୧୮ନଂ ଜାତୀୟ ରାଜପଥର ବୈଶିଙ୍ଗା ଥାନା ଅଧୀନ ଅଜାଡିହ ନିକଟରୁ ସନ୍ଦେହ ଜନକ ଭାବେ ଊଦ୍ଧାର ହୋଇଥିବା ବେତନଟୀର ପୂର୍ବତନ ସରପଞ୍ଚଙ୍କ ପୁଅ ମୃତଦେହ ଘଟଣାରେ ଗୁରୁବାର ମୃତକଙ୍କ ଭଉଣୀ ପ୍ରିୟମ୍ବଦା ବେହେରା ମୟୂରଭଞ୍ଜ ଏସପିଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି। ତାଙ୍କ ଭାଇ ବୁଡୁ ଓରଫ ଆଶୁତୋଷଙ୍କୁ ସାଙ୍ଗ ମାନେ ହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରୁଥିବା ନେଇ ପ୍ରକାଶ କରିଛନ୍ତି ଭଉଣୀ। ଘଟଣା ଦିନ ରାତିରେ ତାର ସାଙ୍ଗ ମାନେ ବୁଡ଼ୁକୁ କାର୍‌ରେ ବସାଇ ଯାତ୍ରା ଦେଖିବାକୁ ଯାଇଥିଲେ | ମାତ୍ର ସକାଳ ବେଳକୁ ମୃତ୍ୟୁ ଖବର ପାଇଲୁ। ଏ ନେଇ ଭାଉଜ ବୈଶିଙ୍ଗା ଥାନାରେ ଅଭିଯୋଗ କରିବା ପରେ ଘଟଣା ପରେ ପୁଲିସ ପ୍ରାଥମିକ ତଦନ୍ତରେ ଏହା ହତ୍ୟା ନୁହେଁ ବରଂ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ବୁଡୁର ମୃତଦେହକୁ ପୁଲିସ ଉଦ୍ଧାର କରିବା ପୂର୍ବର ଫଟୋରେ ତା’ର ଦୁଇ ହାତକୁ ଗଞ୍ଜି ଭିତରେ ପୂରାଇ ଦିଆଯାଇଥ‌ିବା ଦେଖିବାକୁ ମିଳିଛି। ଭାଇର ଧଳା ଗଞ୍ଜିରେ କେହି ଗୋଡରେ ଆଘାତ କରିଥିବା ଚିହ୍ନ ମଧ୍ୟ ଥିଲା । ତା’ର ଯୌନାଙ୍ଗର ଦୁଇପଟ ଫୁଲି ଯାଇଥିଲା। ଡାହାଣ ପଟ କାନର ଉପର ଭାଗରେ ମାଡ ହୋଇଥିଲା। ଯଦି ଭାଇର ଦୁର୍ଘଟଣାରେ ମୃତ୍ୟୁ ହୋଇଛି, ଏହି ଘଟଣାକୁ ଦୁର୍ଘଟଣା ବୋଲି ସ୍ବୀକାର କରିବାକୁ ଚାପ ପକାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ବି ଏ ପର୍ଯ୍ୟନ୍ତ ମିଳିପାରିନି। ତେଣୁ ଏହି ଘଟଣାର
ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏଥ‌ିରେ ସମ୍ପୃକ୍ତ ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ପ୍ରିୟମ୍ବଦା ଏସପିଙ୍କୁ ଭେଟି ନିବେଦନକରିଛନ୍ତି।
ତେବେ ଏସପି ବରୁଣ ଗୁଣ୍ଡୁପାଲ୍ଲୀ ନିରପେକ୍ଷ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ