ଭାଇ ବୋହୂକୁ ମାଡପିଟ୍ ଅଭିଯୋଗରେ ଦେଢଶୁର ଗିରଫ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ପୁରୁଣାଡିହି ଗ୍ରାମରେ ଭାଇବୋହୂକୁ ଦେଢସୁର ମାଡମାରି ଗିରଫ ହୋଇଛି । ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତିଙ୍କ ସୂଚନାନୁଯାୟୀ , ସୋମବାର ସକାଳ ପ୍ରାୟ ୮.୩୦ ମିନିଟ୍ ସମୟରେ ଉକ୍ତ ଗ୍ରାମରେ ରହୁଥିବା ବିପିନି ବିହାରୀ ବେହେରା ତାଙ୍କ ସାନ ଭାଇ ଘାସିନାଥ ବେହେରା ଘରେ ନଥିବା ବେଳେ ଘାସିନାଥ ବେହେରାଙ୍କ ସ୍ତ୍ରୀ ସୁରେଖା ବେହେରାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ଏକ ଠେଙ୍ଗାରେ ମାଡ ମାରିଥିଲେ । ଏନେଇ ସୁରେଖା ବେହେରା ତାଙ୍କ ଦେଢସୁର ବିପିନି ବିହାରୀ ବେହେରାଙ୍କ ନାମରେ ବାମେବାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତ ବିପିନି ବିହାରୀ ବେହେରା ଙ୍କୁ ଗିରଫ କରି କେଶ୍ ନଂ ୧୧୯/୨୦୧୯ ଦଫା ୩୪୧,୩୨. ୩୨୫,୨୯.୫୦୬ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇଛନ୍ତି ।