ଭାଇ ସାଜିଲା ସଇତାନ : ସାନ ଭାଇର କଟୁରି ଚୋଟରେ ବଡଭାଇ ମୃତ
ନୟାଗଡ : ନୟାଗଡ ଜିଲ୍ଲା ଶରଣକୁଳ ଥାନା ବଢେୟାପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସାନଭାଇ କଟୁରିରେ ଅତି ନିର୍ମମ ଭାବେ ହାଣି ହତ୍ୟା କରିଛି । ପାରିବାରିକ ଘଟଣାକୁ କେନ୍ଦ୍ରକରି ଏହି ଭଳି ଘଟଣା ଘଟିଥିବା କଥା ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ ବଡଭାଇ ରାତିରେ ଛାତ ଉପରେ ଶୋଇଥିବା ବେଳେ ସାନ ଭାଇ ହତ୍ୟା କରିଛି । ସାନ ଭାଇ ହତ୍ୟା କରିବା ପରେ ଶରଣକୁଳା ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।