ଭାଗବତପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତରେ ମଙ୍ଗଳବାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ହୋଇଯାଇଛି । ଏହି ଉପଲକ୍ଷେ ପଞ୍ଚାୟତର ସରପଞ୍ଚ ଧରଣୀଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ସମ୍ମାନିତ ଅତିଥି ଭାବେ ଡା. ବିଶ୍ୱ ପ୍ରକାଶ କାନୁନଗୋ, ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ଅଶ୍ୱିନୀ କୁମାର ମିଶ୍ର, ସମାଜସେବୀ ପ୍ରମୋଦ କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ଗ୍ରାମପଞ୍ଚୟତ ଭବନ, ମିଶନଶକ୍ତି ଗୃହ, ପଞ୍ଚାୟତ ଉଦ୍ୟାନ, ଗ୍ରାମୀଣ ପାଠାଗାର, ସୋଲାର ଷ୍ଟ୍ରୀଟ ଲାଇଟ ସିଷ୍ଟମ, ଆଦର୍ଶ ପୁଷ୍କରିଣୀ, ଶ୍ୟାମସୁନ୍ଦରପୁର ପମ୍ପ ହାଉସ, ବାଲିଆ ଅଭ୍ୟାସିକ ପ୍ରାଥମିକ ବିଦ୍ୟାଳୟର ରୋଷଶାଳା, ଭୋଜନ ଗୃହ ଓ ସ୍ମାର୍ଟ କ୍ଲାସରୁମ, ବଣହରା ପମ୍ପ ହାଉସ ଏବଂ ଯାଗମଠରେ ଆମ ଗାଁ ଆମ ବିକାଶ ଗୃହ ପ୍ରଭୃତି ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ । ଏହି ଉତ୍ସବକୁ ଜୀତେନ୍ଦ୍ର କୁମାର ମହାନ୍ତି ସଂଯୋଜନା କରିଥିବା ବେଳ ରମେଶ ଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ । ମନୋଜ କୁମାର ରଣା, ପ୍ରଶାନ୍ତ କୁମାର ଦାସ, ରତ୍ନାକର ସ୍ୱାଇଁ, ଭକ୍ତବନ୍ଧୁ ମିଶ୍ର ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ