ଭାଗବତପୁର ପଞ୍ଚାୟତରେ ସରପଞ୍ଚଙ୍କ ଶପଥ ଗ୍ରହଣ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତରେ ବୁଧବାର ପୂର୍ବାହ୍ନରେ ନବ ନିର୍ବାଚିତ ସରପଞ୍ଚ ଏବଂ ୱାର୍ଡସଭ୍ୟ/ସଭ୍ୟାମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଞ୍ଚାୟତ ବିଜେଡି ସଭାପତି ତଥା ପୂର୍ବତନ ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତିରପିତା ମହାତ୍ମା ଗାନ୍ଧୀ ୧୯୩୪ମସିହାରେ ପଦଯାତ୍ରାରେ ଆସି ଏହି ପଞ୍ଚାୟତରେ ରାତ୍ରୀଯାପନ କରିଥିଲେ । ତେଣୁ ଏହି ପଞ୍ଚାୟତର ସାମୁହିକ ବିକାଶ କ୍ଷେତ୍ରରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ । ଏହି ପଞ୍ଚାୟତରେ ନବ ନିର୍ବାଚିତ ମହିଳା ସରପଞ୍ଚଙ୍କ ନେତୃତ୍ୱରେ ପଞ୍ଚାୟତର ଦୃତ ବିକାଶ ସହିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଭିତ୍ତିରେ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ୬ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ସମିତିସଭ୍ୟା ପ୍ରମିଳା ମିଶ୍ର, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପଞ୍ଚାୟତର ପ୍ରଥମ ସମ୍ପାଦକ ମଦନମୋହନ ବେହେରା ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ଏବଂ ୱାର୍ଡସଭ୍ୟ/ସଭ୍ୟାମାନଙ୍କୁ ଶପଥ ପାଠ କରାଇଥିଲେ । ଶିକ୍ଷାବିତ ନାରାୟଣ ପତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଭାଗବତପୁର ଗ୍ରାମପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ନାୟକ ଏହି ପଞ୍ଚାୟତକୁ ଜିଲ୍ଲାର ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢିତୋଳିବାକୁ ପ୍ରଚେଷ୍ଟା କରିବେ ବୋଲି କହିବା ସହିତ ଏଥିପାଇଁ ବିଧାୟକଙ୍କ ସହଯୋଗ କାମନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ କଳାକାର ଉମାକାନ୍ତ ଜେନା ମଞ୍ଚ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ