ଭାଗବତବାବୁଙ୍କ ୯୬ତମ ଜୟନ୍ତୀ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ଜନମାନସର ଯସ୍ୱଶୀ ରାଜନେତା, କେନ୍ଦ୍ରାପଡାର ବିକାଶ ପୁରୁଷ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ୯୬ତମ ଜୟନ୍ତୀ ଉତ୍ସବ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟର ଅଧ୍ୟକ୍ଷ ଗୁରୁ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡାର ବିକାଶ ପାଇଁ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତି ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ ସ୍ୱର୍ଗତ ମହାନ୍ତିଙ୍କ ପରେ କେନ୍ଦ୍ରାପଡାର ବିକାଶରେ ପୂର୍ଣ୍ଣଛେଦ ପଡିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ନିଯୁକ୍ତି ତଥା ବ୍ୟବସାୟ ପ୍ରତିଷ୍ଠାନ ସ୍ଥାପନ କ୍ଷେତ୍ରରେ ସେ ଥିଲେ ବିଶ୍ୱକର୍ମା । ପରବର୍ତ୍ତି ସମୟରେ ରାଜନେତାମାନେ ନିଜର ସୁଖ ସୁବିଧା କଥା ଚିନ୍ତା କରୁଥିବା ବେଳେ ସ୍ୱର୍ଗତ ମହାନ୍ତି ଥିଲେ ଜଣେ ଭିନ୍ନ ଧରଣର ବ୍ୟକ୍ତିତ୍ୱ । ଯିଏକି ଲୋକମାନଙ୍କ ସମସ୍ୟା ଓ ସୁଖ ସୁବିଧା କଥା ଚିନ୍ତା କରୁଥିଲେ ବୋଲି ମୁଖ୍ୟ ଅତିଥି କହିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଉତ୍ସବରେ ପୂର୍ବତନ ଜିଲ୍ଲାଜଜ କୁଞ୍ଜବିହାରୀ ସ୍ୱାଇଁ, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ଶିକ୍ଷାବିତ ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ, ରାଜ୍ୟ ମତ୍ସ୍ୟଜିବୀ କଂଗ୍ରେସ ସଭାପତି ହଳଧର ସେଠୀ, ଫକୀର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ସର୍ବେଶ୍ୱର ସେଠୀ, ବିଜେପି ନେତ୍ରୀ ଡ. କଳ୍ପନା ମଲ୍ଲିକ, ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ସୁଖଦାନନ୍ଦ ତ୍ରିପାଠୀ, ସର୍ବଭାରତୀୟ ସମତା ସୈନିକର ଓଡିଶା ରାଜ୍ୟ ସଭାପତି ସୁଧିର ମଲିକ, ବସନ୍ତ ସେଠୀ, ଆଇନଜୀବୀ ଶାନ୍ତିସ୍ୱରୂପ ଭୂୟାଁ, ଆକାଶ ନାୟକ, ଅବଧୂତ ରାଉତ, ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ, ମୁକ୍ତାର ଖାଁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ଜୀବନାଦର୍ଶ ସମ୍ପର୍କରେ ଅବତାରଣା କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆଇନଜୀବୀ ବିଧୁ ଭୂଷଣ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଅଧ୍ୟାପକ ଗୋତ୍ତମ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


