ଭାଗବତ କଥାମୃତ ଆଲୋଚନାର ୪ର୍ଥ ସଧ୍ୟ୍ୟା
ଏକ ପବିତ୍ର ତଥା ଆଧ୍ୟାତ୍ମିକ ସହର ଯାଜପୁର ବୈତରଣୀ ଦଶ୍ୱାଶ୍ୱମେଧ ଘାଟ ନିକଟସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଗୀତା ଜାଗରଣ ପରିଷଦ ଆନୁକୂଲ୍ୟରେ ସପ୍ତ ଦିବସ ବ୍ୟାପି ଭାଗବତ କଥାମୃତ ଆଲୋଚନା ଉତ୍ସବର ୪ର୍ଥ ସନ୍ଧ୍ୟାକୁ ପରିଷଦର ଅଧ୍ୟକ୍ଷା ଆଇନଜୀବୀ ପ୍ରତିମା କର ଓ ମୁଖ୍ୟ ଅତିଥି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱମ୍ଭର ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରାଧାକୃଷ୍ଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସନ୍ଧ୍ୟାରେ ଆକାଶ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ସଭାପତି ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ । ସମ୍ପାଦକ ଭାସ୍କର ଚନ୍ଦ୍ର ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଦୀଶା ସେନାପତିଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଶଣ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଭାଗବତ ରସର ଭଣ୍ଡାର, ଭାଗବତ ଅଧ୍ୟୟନ ଦ୍ୱାରା ଚିତ୍ତ ଓ ମନ ନିର୍ମଳ ରହେ । ଡ଼ଃ. କାହ୍ନୁଚରଣ ମିଶ୍ର ଭାଗବତର ତତ୍ୱ ଉପରେ ବିଶଦ ଭାବରେ ଆଲୋଚନା କରିବା ସହିତ ଭଗବାନଙ୍କ ଲିଳା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଦେଷ୍ଟା ଗଦାଧର ରାଉତ ପରି•ଳନା କରିଥିଲେ । ଉପସଭାପତି କ୍ଷୀରୋଦ ଚନ୍ଦ୍ର ପାଠୀ, ସହସମ୍ପାଦକ ବୃନ୍ଦାବନ ମିଶ୍ର, ବାସୁଦେବ ପାଣି, ହୃଶିକେଷ ପତି, ନବକିଶୋର ଦାଶ, ଅକ୍ଷୟ ଶତପଥି, ଅକ୍ଷୟ ମିଶ୍ର, ଜନାର୍ଦନ ମହାନ୍ତି, ବ୍ରଜକିଶୋର ମହାନ୍ତି, ଅନସୂୟା ମିଶ୍ର, ଆଶାଲତା ନନ୍ଦ, ଅଭିମନ୍ୟୁ ମିଶ୍ର, ପ୍ରଭାକର ମହାନ୍ତି, ଧନଞ୍ଜନ ପୃଷ୍ଟି, ସୁଧାକର ଜେନ, ବିନୋଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।


