ଭାଗବତ କଥା ବିତରଣ ପରିଷଦର ୨୦ ତମ ଅଧିବେଶନ
ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ପାଟଣା ସାହି ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିର ପରିସରରେ ସ୍ଥାନୀୟ ଭାଗବତ କଥା ବିତରଣ ପରିଷଦର ୨୦ ତମ ଅଧିବେଶନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଦେବାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ୍ରେ ପରିଷଦର ସମୀକ୍ଷକ ଡ଼ଃ. ରମେଶ ଚନ୍ଦ୍ର ଚୌଧୁରୀ, ପରିଷଦର ଚଳିତ ବର୍ଷର ଆୟ, ବ୍ୟୟ ଓ ବିଗତ କାର୍ଯ୍ୟକ୍ରମର ଏକ ଚିଠା ଉପସ୍ଥାପନା କରିଥିଲେ ଏବଂ ଏହାକୁ ପରିଷଦର ସମସ୍ତ ସଭ୍ୟ ସର୍ବସମ୍ମତି କ୍ରମେ ପାରିତ କରିଥିଲେ । ଆଗାମୀ ବର୍ଷ ପାଇଁ ପରିଷଦ ପକ୍ଷରୁ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ନିଆଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାକୁ ଏକ କିମିଟି ଗଠନ କରାଯାଇଅଛି । ସପ୍ତାହବ୍ୟାପି ବୃକ୍ଷରୋପଣ କାର୍ଯ୍ୟକ୍ରମର ସଂଯୋଜକ ଶିକ୍ଷାବିତ୍ ହରିହର ଚୌଧୁରୀ, ଶୀତକାଳୀନ ଅଧିବେଶନରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ୫ ଦିନବ୍ୟାପି ପ୍ରବଚନ କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ. ରମେଶ ଚନ୍ଦ୍ର ଚୌଧୁରୀ ଓ ପ୍ରଫେସର ଅରବିନ୍ଦ ପଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାେଇଅଛି । ସେହିପରି ହିଂଜିଳିକାଟୁ ବ୍ଳକ ଓ ପୌରପରିଷଦରସମସ୍ତ ପ୍ରାଥମିକ , ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ପ୍ରତିଯୋଗୀତା ପାଇଁ ବୈଦ୍ଧିକ ବିକାଶ କମିଟିର ସଂଯୋଜକ ପ୍ରଫେସର ଅରବିନ୍ଦ ପଣ୍ଡା ଓ ଜନସାଧାରଣଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମର ସଂଯୋଜକ ଇଂ. ନାରାୟଣ ପାଢିଙ୍କୁ ପରିଷଦ ତରଫରୁ ଦାୟିତ୍ୱ ପ୍ରଦାନ କରାଗଲା । ପରିଷଦର କାର୍ଯ୍ୟକାରିଣୀ କମିଟି ଗଠନ କରିବାକୁ ସଭାପତିଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯିବା ସହ ଜନମାନସରେ ଆଧ୍ୟତ୍ମିକ ଚିନ୍ତନ ସୃଷ୍ଟି, ପରିବେଷର ସୁରକ୍ଷା, ସୁଚରିତ୍ର ମଣିଷ ଗଠନ କରିବାକୁ ପରିଷଦର ଲକ୍ଷ୍ୟ ଓ ପ୍ରୟାସ ଅନବରତ ଚାଲୁ ରହିବ । ଉକ୍ତ ଅଧିବେଶନରେ ହିଂଜିଳି ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଲକ୍ଷ୍ମୀ ନାରାୟଣ ପଣ୍ଡା, ନିଳମାଧବ ଦ୍ୟାନସୁମନ୍ତ, ଏ. ଶଙ୍କର ପ୍ରସାଦ ଆଚାରୀ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଡ଼ଃ. ଗଦାଧର ବେହେରା, ବିଜୟ ପାଣିଗ୍ରାହୀ, ମୁରଲି ଗୌଡ଼ ହରିହର ପଣ୍ଡା, ପୂଣ୍ଣବାସୀ ପାଣିଗ୍ରାହୀ, ଶକୁନ୍ତଳା ସାହୁ, ଭାଗ୍ୟଲକ୍ଷ୍ମୀ ପାଢି, ସୁରେଶ ସାହୁ, ଯୁଗୋଳ କିଶୋର ପଣ୍ଡା, ରୋହିତ ପାଢି, ନିତ୍ୟାନନ୍ଦ ସାହୁ, ଗଗନ ବିହାରୀ ପାଣିଗ୍ରାହୀ, ଜୟନ୍ତି ବେହେରାଙ୍କସମେତ ଶତାଧିକ ଭଗବତ୍ ପ୍ରେମୀ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ପରିଷଦର ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ ଧନ୍ୟ଼୍ୟବାଦ ଅର୍ପଣ କରିଥିଲେ ।