ଭାଗବତ ଦ୍ୱାଦଶହ ପରାୟଣ ଅନୁଷ୍ଠିତ

ଚିକିଟି,(ଯୁଗାବ୍ଦ ନ୍ୟୁଜ୍‌): ଚିକିଟି ବ୍ଲକ କେ ନୁଆ ଗାଁ ଥାନା ଅନ୍ତର୍ଗତ ମା ରତ୍ନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସନାତନ ଧର୍ମ ଗଞ୍ଜାମ ବ୍ରହ୍ମପୁର ମଣ୍ଡଳ ତରଫରୁ ୧୨ ଦିନ ଧରି ଶ୍ରୀ ମଦ୍ ଭାଗବତ ପରାୟଣ ପାଠ ଓ ଆଲୋଚନା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳ ୬ ଘଣ୍ଟ ସମୟରେ କଳସ ଯାତ୍ରା,,ଅଙ୍କୁରାରୋପଣ, ସୂର‌୍ୟ୍ୟ ପୁଜା ସହ ବ୍ରହ୍ମଧ୍ୱନି ଜାଗରଣ କରା ଯାଇ ମଙ୍ଗଳ ଆଳତି ହୋଇ ଭାଗବତ ପାଠ ଆରମ୍ଭ ହୋଇଥିଲା। ସୂର‌୍ୟ୍ୟ ନାରାୟଣ ପାଢ଼ୀ ଓ ତ୍ରିଲୋଚନ ପାଢ଼ୀ ଦ୍ୱାରା ଘୃତ ଯଜ୍ଞ ଏବଂ ଅନ୍ନଯଜ୍ଞ ଚାଲୁ ରହିଛି। ଏହିପରି ପ୍ରତେହ ୧୨ ଦିନଧରି ଚାଳିରହିବ।ଗଞ୍ଜା ବ୍ରହ୍ମପୁର ମଣ୍ଡଳ ର ମୁଖ୍ୟ ସଚେତକ ଉତ୍ସବ ସାହୁ ଙ୍କ ନେତୃତ୍ୱରେ ପରିଚାଳିତ ହୋଇ ପ୍ରତେକ ଅଞ୍ଚଳର କର୍ମକର୍ତା ଦୀନବନ୍ଧୁ ସାହୁ,ହରିଶ୍ଚନ୍ଦ୍ର ପ୍ରଧାନ,ବୃନ୍ଦାବନ ପ୍ରଧାନ,ରାଜକୀରଣ ସାହୁ,ନିରଞ୍ଜନ ପ୍ରଧାନ,ସୀମାଞ୍ଚଳ ନାହାକ,ନବୀନ ରାଓ,ଲବ ସେଠି,ରାଜେନ୍ଦ୍ର ଗୌଡ଼,ଭଗବାନ ପ୍ରଧାନ,ଦେବରାଜ ପଲ୍ଲେଇ ଓ ନାରାୟଣ ରଇତ ସମେତ ବହୁ ଜନ ସମାଗମ ହୋଇ ସହଯୋଗ କରି କାର‌୍ୟ୍ୟ କର୍ମ କୁ ଆରମ୍ଭ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ