ଭାଗବତ ପୁରାଣ ବିତରଣ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଂଚାୟତ ରାଢୋ ସ୍ଥିତ ଭାଗବତ ମିଶନ ପକ୍ଷରୁ ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଆଜି ଭାଗବତ ପୁରାଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାଗବତ ମିଶନ ଆବାହକ ଆଲୋକ ବେହୁରିଆ ଏଥିରେ ଯୋଗଦେଇ ପ୍ରାୟ ୨୦୦ମହିଳା ଓ ପୁରୁଷଙ୍କୁ ପୁରାଣ ବିତରଣ କରିଥିଲେ । ଵିଶେଷ କରି ସାହୁ ସାହି, ବେହେରା ସାହି ଓ ଜେନା ସାହି ଠାରେ ଆବାହକ ଉପସ୍ଥିତ ରହି ଭାଗବତ ପୁରାଣ ପଠନ ଉପକାରୀତା ସମ୍ପର୍କରେ ଜନ ସାଧାରଣ ଙ୍କୁ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ୱାର୍ଡ ସଭ୍ୟ ଶରତ ଧଳଙ୍କ ସମେତ ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ବେହୁରିଆ, ଶ୍ରୀଧର ଲେଙ୍କା, ଅନନ୍ତ କୁମାର ସାହୁ, ଅନୁପ ରଞ୍ଜନ ବେହୁରିଆ, ରମାକାନ୍ତ ସାହୁ, କ୍ଷୀରୋଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ଭାଗବତ ମିଶନ ସଦସ୍ୟଙ୍କ ଏଭଳି ବୈଦିକ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅଲିଭା ନାୟକ ସାଧୁବାଦ ଜଣାଇଥିଲେ ।